ଭୂକମ୍ପରେ ଥରିଲା ଆସାମ

ନୂଆଦିଲ୍ଲୀ, ୧୬।୬: ଆସାମର ଗୌହାଟୀରେ ଭୂମିକମ୍ପ ହୋଇଛି। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ତୀବ୍ରତା ରେକ୍ଟର ସ୍କେଲରେ ୪.୮ ଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ବାଙ୍ଗଂଦେଶରେ ରହିଛି। ଭୂକମ୍ପ ଝଟକା ଶୁକ୍ରବାର ସକାଳ ୧୦ଟା ୧୬ରେ ଅନୁଭୂତ ହୋଇଥିଲା।

ସେହିପରି ପ୍ରଶାନ୍ତ ମହାସାଗରର ଦକ୍ଷିଣରେ ଅବସ୍ଥିତ ଟୋଙ୍ଗୋରେ ଆଜି ଭୂକମ୍ପ ଝଟକା ଲାଗିଛି। ୭.୨ରେକ୍ଟର ସ୍କେଲ୍‌ରେ କିଛି ସମୟ ପାଇଁ ଟୋଙ୍ଗୋ ଥରିଥିଲା।

Share