Categories: ଜାତୀୟ

ସର୍‌ନେମ୍‌ ଯୋଗୁ ଏହି ମହିଳାଙ୍କୁ ମିଳୁନି ଚାକିରି, ଲୋକେ କରୁଛନ୍ତି ଉପହାସ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୩।୭: ଅନେକ ଲୋକ ସେମାନଙ୍କର ସରନେମ୍‌ ଦ୍ୱାରା ମଧ୍ୟ ଜଣାଶୁଣା ଥାନ୍ତି। ସରନେମ୍‌ ସେମାନଙ୍କୁ ଏକ ଲୋକଙ୍କୁ ଏକ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ଏସବୁ ସତ୍ତ୍ୱେ ଆସାମର ଜଣେ ମହିଳାଙ୍କୁ ତାଙ୍କ ସରନେମ୍‌ ଯୋଗୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡଛି। ଏପରିକି କୌଣସି ସ୍ଥାନରେ ଚାକିରି ମଧ୍ୟ ମିଳୁନାହିଁ ନାହିଁ। ସରକାରୀ ଚାକିରିରେ ମଧ୍ୟ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ ହେଉଛି। ଲୋକମାନେ ମଧ୍ୟ ତାଙ୍କୁ ପରିହାସ କରୁଛନ୍ତି। ଏହି ମହିଳା ଜଣଙ୍କ ଆସାମର ଗୁଆହାଟୀରେ ରୁହନ୍ତି। ତାଙ୍କ ନାମ ପ୍ରିୟଙ୍କା। ନିକଟରେ ସେ ସରକାରୀ କମ୍ପାନୀ ନ୍ୟାସନାଲ ସିଡ କର୍ପୋରେସନ ଲିମିଟେଡରେ ଚାକିରି ପାଇଁ ଆବେଦନ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କର ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହାର କାରଣ ଥିଲା ତାଙ୍କର ସର୍‌ନେମ୍‌। ତାଙ୍କ ସର୍‌ନେମ୍‌ ହେଉଛି ଚୁତିଆ। ଏପରି ପରିସ୍ଥିତିରେ, ଅନଲାଇନ ସଫ୍ଟୱେର୍‌ ବାରମ୍ବାର ଏହି ଶବ୍ଦକୁ ପ୍ରତ୍ୟାଖ୍ୟାନ ରିଜେକ୍ଟ କରିଦେଉଛି। ଏହି କାରଣରୁ ସେ ଚାକିରି ପାଇଁ ଆବେଦନ କରିପାରି ନ ଥିଲେ। ଆସାମରେ ଏକ ଆଦିବାସୀ ଜନଜାତି ଅଛନ୍ତି। ପ୍ରିୟଙ୍କା ଏହି ଜନଜାତିର ଅଟନ୍ତି। ଏହି ଜନଜାତିଙ୍କ ଦୁଇଟି ସରନେମ୍‌ ଅଛି। ପ୍ରଥମ ଚୁତିଆ ଏବଂ ଦ୍ୱିତୀୟ ସୁତିଆ। ଏହି ଆଦିବାସୀମାନେ ମୂଳତଃ ମଙ୍ଗୋଲିଆର ଚାଇନା-ତିବ୍ଦତୀୟ ପରିବାରର ବଂଶଧର ବୋଲି ବିଶ୍ୱାସ କରାଯାଏ। ସରକାରୀ ଚାକିରି ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ପ୍ରିୟଙ୍କା ଫେସବୁକରେ ନିଜର କ୍ରୋଧ ଜାହିର କରିଥିଲେ। ସେ ଫେସବୁକର ଏକ ପୋଷ୍ଟରେ ଲେଖିଛନ୍ତି ଯେ ସେ ଯେଉଁଠି ଚାକିରି କିମ୍ବା ସାକ୍ଷାତକାର ପାଇଁ ଯାଆନ୍ତି, ଲୋକମାନେ ତାଙ୍କ ସରନେମ୍‌ ଜାଣି ତାଙ୍କୁ ପରିହାସ କରିବା ଆରମ୍ଭ କରନ୍ତି। ଯେଉଁ କମ୍ପାନୀକୁ ଚାକିରି ପାଇଁ ଯାଉଛନ୍ତି ସେମାନେ କହୁଛନ୍ତି ଏହି ସରନେମ୍‌ ଭୁଲ ଠିକ୍‌ ସରନେମ୍‌ ଲେଖ। ମୁଁ ଦୁଃଖିତ, ଲୋକଙ୍କୁ ବୁଝାଇ ବୁଝାଇ ଥକିଗଲେଣି ବୋଲି ପ୍ରିୟଙ୍କା କହିଛନ୍ତି।

Share