Categories: ଖେଳ

ଆସାମ ୨୭-୦ରେ ବିଜୟୀ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି): ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ୧୩ଶ ଜାତୀୟ ସବ୍‌ଜୁନିୟର ପୁରୁଷ ହକିର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଆସାମ, ପଞ୍ଜାବ ଓ ଚଣ୍ଡିଗଡ଼ ଦଳ ବିଜୟ ହାସଲ କରିଛି। ପ୍ରତିଯୋଗିତାର ୬ଷ୍ଠ ଦିବସ ପ୍ରଥମ ମ୍ୟାଚରେ ଆସାମ ୨୭-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ରୋହିତ ଯାଦବ ଏକାକୀ ୧୦ଟି ଗୋଲ ସ୍କୋର କରିଥିଲେ। ସେ ୧୯ ଓ ୩୮ତମ ମିନିଟରେ ୨ଟି ଲେଖାଏ ଏବଂ ୪, ୬, ୩୪, ୩୭, ୪୬ ଓ ୪୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଏହା ବ୍ୟତୀତ ମହମ୍ମଦ ଇସ୍ତେୟାକ ରାଜା ୭, ୯, ୧୨ ଓ ୬୦ତମ ମିନିଟରେ ୪ଟି, ଅମିତ ଦୟାଲ ୧୬, ୧୭ ଓ ୫୨ତମ ମିନିଟରେ ୩ଟି, ରିତିକ ପଟିର ୫୧ ମିନିଟରେ ଗୋଟିଏ ଓ ୫୯ତମ ମିନିଟରେ ୨ଟି, ଅଧିନାୟକ ନେକ୍‌ ଅଲୀ ୫୧, ୫୭ ଓ ୫୮ତମ ମିନିଟରେ ୩ଟି, ରିତେଶ ଗୁପ୍ତା ୧୧ ଓ ୩୩ ମିନିଟରେ ୨ଟି ଏବଂ ସୋବିତ କାର୍କି ୧୦ ଓ ସୂରଜ ଠାକୁର ୬୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ମ୍ୟାଚରେ ପଞ୍ଜାବ ୨-୦ରେ ଦିଲ୍ଲୀକୁ ଏବଂ ଚଣ୍ଡିଗଡ଼ ୮-୧ ଗୋଲରେ ଅରୁଣାଚଳ ପ୍ରଦେଶକୁ ପରାସ୍ତ କରିଛି।

Share