ଆସାମି ଝିଅ ଡାଲଖାଇ, ରଙ୍ଗବତୀ ଗାଇ ମନ ଜିତିଲେ

ଆସାମର ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ନନ୍ଦୀ ଭଉଣୀ ଅନ୍ତରା ଓ ଅଙ୍କିତାଙ୍କ ସମ୍ବଲପୁରୀ ଗୀତ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପାରମ୍ପରିକ ସମ୍ବଲପୁରୀ ଶାଢି ପିନ୍ଧି ପାଦରେ ପାଦ ଛନ୍ଦି ସେମାନେ ପ୍ରସିଦ୍ଧ ରଙ୍ଗବତୀ ଏବଂ ଡାଲଖାଇ ଗୀତ ଗାଇଛନ୍ତି। ତାଙ୍କର ସଙ୍ଗୀତ ପରିବେଷଣ କୌଶଳକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ରଙ୍ଗବତୀ ସହ ଡାଲଖାଇକୁ ନେଇ ସେମାନେ ପ୍ରସ୍ତୁତ କରିଥିବା ଭିଡିଓକୁ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପୋଷ୍ଟ କରିଛନ୍ତି। ଏହାକୁ ଶତାଧିକ ଦର୍ଶକ ଲାଇକ୍‌ କରିବା ସହିତ ସେୟାର କରିଛନ୍ତି। ଗୀତ ଅପଲୋଡ କରି ଦୁଇ ଭଉଣୀ ଲେଖିଛନ୍ତି, ଓଡ଼ିଆ ଆମର ମାତୃଭାଷା ନୁହେଁ। ଆଶା କରୁଛୁ ଭୁଲ ଥିଲେ କ୍ଷମା କରିବେ, ଗୀତ ଶୁଣି ଆନନ୍ଦିତ ହେବେ। ଗୀତ ଗାଇଲା ବେଳେ ଦୁଇ ଭଉଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ଆଗରେ ରଖିଥିଲେ।

Share