ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ. ୧୭୯/୨୪) ରୁଜୁ କରିଛି।

ମମତାଙ୍କଠାରୁ ଗ୍ରାମର ବିଳାସ ଗୌଡ କୌଣସି କାମ ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଗତ ବର୍ଷ ଜୁନ ୧୦ ତାରିଖରେ ଧାର ଆକାରରେ ଟଙ୍କା ନେଇଥିଲେ। ୧୦ ମାସ ଭିତରେ ଟଙ୍କା ଫେରାଇବାକୁ କହିଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ୭ଟାରେ ବିଳାସଙ୍କ ଘରକୁ ଯାଇ ପଇସା ମାଗିବାରୁ ତାଙ୍କ ସ୍ବାମୀ ଚେରୁ ଗୌଡ ଗାଳିଗୁଲଜ କରିବା ସହ ପଇସା ମାଗିଲେ ମମତା ଓ ତାଙ୍କ ସ୍ବାମୀଙ୍କୁ ମାରିଦେବେ ବୋଲି ଧମକ ଦେଇଥିଲେ। ବିଳାସ ଓ ଚେରୁ ମିଶି ତାଙ୍କୁ ଆକ୍ରମଣ କରି ଟଣାଓଟରା କରିଥିଲେ। ଫଳରେ ସେ ତଳେ ପଡିଯାଇଥିଲେ ବୋଲି ଅଭିଯୋଗ ପତ୍ରରେ ମମତା ଦର୍ଶାଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।

Share