ଜମନକିରା,୧୮ା୯ (ରବୀନ୍ଦ୍ର ପ୍ରସାଦ ଦାନି): ସମ୍ବଲପୁର ଜିଲା ଜମନକିରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ହେଲେ ଜମନକିରା ସଦର ପଞ୍ଚାୟତ ମାଧଡ଼ିହି ଗାଁର ସୁଶାନ୍ତ କୁମାର ପ୍ରଧାନ (୨୦)।
ସୁଶାନ୍ତ ପୋଲିସ ରାଇଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇ ୨ଦିନ ତଳେ ବେଲ୍ରେ ଆସିଥିଲେ। ପୋଲିସ ସୂଚନା ଅନୁଯାୟୀ, ଜମନକିରା ଅଞ୍ଚଳର ଜଣେ ୧୫ବର୍ଷୀୟା ନାବାଳିକା ରବିବାର ରାଶନ ସାମଗ୍ରୀ ନେଇ ଘରକୁ ଫେରୁଥିବା ବେଳେ ସୁଶାନ୍ତ ତାଙ୍କ ଡ୍ରେସ୍ ଟାଣି ଅସଦାଚରଣ କରିଥିଲେ। ଏ ନେଇ ନାବାଳିକା ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ମାମଲା ଏକ (ନଂ.୧୨୦/୨୩) ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।