ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୩୦।୪: ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ଡାକ୍ତରୀ ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଛାତ୍ରମାନେ ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏମ୍‌କେସିଜି ଡାକ୍ତରୀ ଛାତ୍ର ଆଶିଷ ପ୍ରଧାନ ଶନିବାର ବିଳମ୍ବିତ ରତିରେ ରହୁଥିବା ହଷ୍ଟେଲକୁ ଯାଉଥିଲେ। ଏହି ସମୟରେ ଦୁଇଟି ବାଇକ୍‌ରେ ୩ଜଣ ଯୁବକ ତାଙ୍କ ନିକଟକୁ ଯାଇ କମେଣ୍ଟ କରିଥିଲେ। ଆଶିଷ ଏହାର ପ୍ରତିବାଦ କରିବାରୁ ି ଯୁବକମାନେ ତାଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ଶତାଧିକ ଡାକ୍ତରୀ ଛାତ୍ର ରୁଣ୍ଡ ହୋଇ ଅଭିଯୁକ୍ତଙ୍କୁ ଘେରି ଯାଇଥିଲେ। ଦୁଇଜଣ ସେଠାରୁ ଚମ୍ପଟ ମାରିଥିବା ବେଳେ ଛାତ୍ରମାନେ ଜଣକୁ କାବୁ କରି ନେଇଥିଲେ। ଛାତ୍ରମାନେ ତାକୁ ମେଡିକାଲ ଫାଣ୍ଡି ପୋଲିସ ଜିମା ଦେଇଥିଲେ। ମେଡିକାଲ କ୍ୟାମ୍ପସରେ ବିଭିନ୍ନ ସମୟରେ ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଉଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଛାତ୍ରମାନେ ଦାବି କରିଛନ୍ତି।

Share