ପଦ୍ମପୁର,୨୬ା୩(ଡି.ଏନ.ଏ.): ଭଦ୍ରକ ସଦର ବ୍ଲକ ଅଧୀନ ଶେରପୁର ଗ୍ରାମର ଜଣେ ମହିଳା ଭତ୍ତା ଟଙ୍କା ନେଇ ଶନିବାର କେଦାରପୁର ପଞ୍ଚାୟତ କାଯର୍ର୍ୟାଳୟରୁ ଫେରୁଥିବା ବେଳେ କୁଣ୍ଡିପୋଲଠାରେ କେତେଜଣ ଅସାମାଜିକ ବ୍ୟକ୍ତି ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଟଙ୍କା ଛଡ଼ାଇ ନେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଲେ ତୁଳସୀ ଜେନା। ସ୍ବାମୀ ଗଗନ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାଡ଼ମାରି ଆକ୍ରମଣ କରିଛନ୍ତି। ଏନେଇ ସାବରଙ୍ଗ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଏକ ମାମଲା (ନଂ. ୫୨/୨୩) ରୁଜୁ କରିବା ସହ ଘଟଣାରେ ସମ୍ପୃକ୍ତ ଜୀବନ ମଳିକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।