ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଆଜି ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ୮ମ ଦିନ। ଆଜି ବି ଗୃହକାର୍ଯ୍ୟ ଚାଲିପାରିଲାନି। ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦ୍ଗତି କାମନା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ସର୍ବଦଳୀୟ ବୈଠକ ଆଗତ ପରେ ମଧ୍ୟ ଗୃହକାର୍ଯ୍ୟ ସ୍ବାଭାବିକ ଭାବେ ଚାଲିପାରୁନି।