ଭୁବନେଶ୍ୱର,୨୬।୧୧: ଶୀତକାଳୀନ ଅଧିବେଶନର ଆରମ୍ଭରୁ ବିଧାନସଭା ଅଚଳ। ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ମଧ୍ୟ ହଙ୍ଗାମା ଦେଖିବାକୁ ମିଳିଛି। ସମ୍ବିଧାନ ପ୍ରସଙ୍ଗ ନେଇ ବିଜେଡି-ଭାଜପା ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଏ ନେଇ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଦିନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ବିଧାନସଭାରେ ରହିଥିବା ସମ୍ବିଧାନର ମୁଖବନ୍ଧରେ ସିକ୍ୟୁଲାର ଏବଂ ସୋସିଆଲିଷ୍ଟ ଶବ୍ଦ ନାହିଁ। ମାତ୍ର ସୋମବାର ସୁପ୍ରିମକୋର୍ଟରେ ଏହି ଶବ୍ଦ ରଖିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହି ସମ୍ବିଧାନକୁ ବଦଳାଇବାକୁ ବିଜେଡି ଦାବି କରିଛି । ଏହାକୁ ନେଇ ବିଧାନସଭାରେ ବିଜେଡି ଓ ଭାଜପା ମୁହାଁମୁହିଁ ହୋଇଛନ୍ତି। ଏହା ପୂର୍ବରୁ ପ୍ରଶ୍ନକାଳରେ ମଧ୍ୟ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଅନାହାର ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିବା ସହ ପ୍ରବଳ ହଟ୍ଟଗୋଳ କରିଥିଲେ। ବିରୋଧୀ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ ।