ଅପରାହ୍ନ ୪ଟାଯାଏ ବିଧାନସଭା ମୁଲତବୀ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ବିଧାନସଭା ଶୂନ୍ୟକାଳରେ ସୋନିଆଙ୍କୁ ଇଡି ସମନ ପ୍ରସଙ୍ଗ ଉଠିଛି। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ-ଭାଜପା ମୁହାଁମୁହିଁ ହୋଇଛନ୍ତି, ଯାହାକୁ ନେଇ ବିଧାନସଭାକୁ ପ୍ରଥମେ ୧୦ ମିନିଟ ଏବଂ ପରେ ଅପରାହ୍ନ ୪ଟାଯାଏ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଲତବୀ କରିଛନ୍ତି।
କଂଗ୍ରେସ ଅଭିଯୋଗ କରିଛି ଯେ, କେନ୍ଦ୍ର ବିରୋଧରେ ଯିଏ ସ୍ବର ଉତ୍ତୋଳନ କରୁଛି, ତାଙ୍କୁ ଇଡି ସିବିଆଇ ଲଗାଇ ସମନ ଜେରା କରାଯାଉଛି ।
ଅନ୍ୟପକ୍ଷେ, ନିର୍ଦ୍ଦିଷ୍ଟ ପ୍ରମାଣ ମିଳିବା ପରେ ସମନ ଓ ଜେରା କରାଯାଇଥିବା ଭାଜପା କହିଛି। ଏହାକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ କଥା କଟାକଟି ହୋଇଥିଲା। ଗୃହରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବାରୁ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

Share