୩ ଦିନ ପରେ ବିଧାନସଭା: ବିଧାୟକ ଦଳ ନେତା ବାଛିପାରିନି କଂଗ୍ରେସ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନକୁ ମାତ୍ର ୩ ଦିନ ବାକି ଥିବାବେଳେ ଏ ପର୍ଯ୍ୟନ୍ତ କଂଗ୍ରେସ ତା’ର ବିଧାୟକ ଦଳ ନେତା ଚୟନ କରିପାରିନାହିଁ। ବିଧାୟକ ଦଳ ନେତା କେବେ ହେବେ ଓ କାହାଙ୍କୁ କରାଯିବ, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ପାଖରେ ମଧ୍ୟ ଖବର ନାହିଁ। ତେବେ କୌଣସି ସମୟରେ ଦଳ ଏନେଇ ଘୋଷଣା କରିପାରେ ବୋଲି ଶରତ କହିଛନ୍ତି। ମୁଖ୍ୟତଃ ୨ଜଣ ନେତାଙ୍କ ମଧ୍ୟରୁ କାହାକୁ ଏହି ପଦବୀ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ନାମ ରାଜନୈତିକ ମହଲରୁ ଶୁଣିବାକୁ ମିଳୁଛି। ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଏକ ଘରୋଇ ହୋଟେଲରେ ବିଧାୟକମାନଙ୍କ ସହ ସାକ୍ଷାତ୍‌ କରି ଜଣ ଜଣ କରି ସମସ୍ତଙ୍କ ମତ ନେଇଥିଲେ। ଏହାପରେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ କେତେଜଣ ବିଧାୟକ ଯାଇ ନୂଆଦିଲ୍ଲୀଠାରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେଙ୍କୁ ସାକ୍ଷାତ୍‌ କରିଥିଲେ। ଇତିିମଧ୍ୟରେ ବିଧାୟକ ଦଳ ନେତା କାହାକୁ କରାଯିବ, ସେନେଇ ପ୍ରସ୍ତୁତ କରାଯାଇଥିବା ମତାମତ ସମ୍ପର୍କିତ ରିପୋର୍ଟ ଏଆଇସିସି ନିକଟରେ ଦାଖଲ କରାଯାଇଥିବା ଅଜୟ କୁମାର ମଧ୍ୟ କିଛିଦିନ ତଳେ ସୂଚନା ଦେଇସାରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ବିଧାୟକ ଦଳ ନେତା ଘୋଷଣା ନ ହେବା ଦଳ ମଧ୍ୟରେ ବିଶେଷ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏନେଇ ଶରତ କହିଛନ୍ତି, ୨ ବରିଷ୍ଠ ନେତାଙ୍କ ମଧ୍ୟରୁ କାହାକୁ ଏହି ଦାୟିତ୍ୱ ମିଳିପାରେ ବୋଲି ଅନୁମାନ କରାଯାଉଛି। ହେଲେ ଜାତୀୟ ଦଳ ଭାବେ ଏଆଇସିସି କେଉଁ ପ୍ରକାର ନିଷ୍ପତ୍ତି ନେବ ସେକଥା ଏବେଠାରୁ କୁହାଯାଇପାରିବ ନାହିଁ। ତେଣୁ କୌଣସି ସମୟରେ ଏ ନେଇ ଘୋଷଣା ହୋଇପାରେ, ତାହାକୁ ହିଁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

ପାତାଳି ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପ୍ରସ୍ତୁତି

ଅମରପାଲି,୧୮ା୪(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତାଳୀ ଟ୍ରଷ୍ଟ ସାଧାରଣ ସମ୍ପାଦକ...

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ...

ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା, ବନବିଭାଗ ଚୁପ୍‌

ଦାରିଙ୍ଗବାଡ଼ି,୧୮ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ବେଧଡ଼କ ଚାଲିଛି ଜଙ୍ଗଲ କଟା। ଏବେ ଚାରିଆଡ଼େ ଜଙ୍ଗଲ ଏକ ପ୍ରକାର ବିପଦରେ ପଡ଼ିଥିବାବେଳେ ବନାଞ୍ଚଳର କର୍ମଚାରୀ...

Dilip Ghosh: ୬୦ ବର୍ଷ ବୟସରେ ବିବାହ କରିବେ ଭାଜପା ନେତା, ଧରିବେ ଦଳୀୟ ସହଯୋଗୀଙ୍କ ହାତ

କୋଲକାତା,୧୮।୪: ପଶ୍ଚିମବଙ୍ଗର ପୂର୍ବତନ ଭାଜପା ସଭାପତି ଦିଲୀପ ଘୋଷ ୬୦ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ ତାଙ୍କର ଭାଜପା ସହଯୋଗୀ ରିଙ୍କୁ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

ଘୋଷଣା ହେଲା ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପାର୍ଥିଙ୍କ ନାମ! RJD ଏମପି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୪: ଗୁରୁବାର ପାଟନାର ଆରଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ମହାମେଣ୍ଟର ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିଙ୍କ ସମ୍ପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ, ବୈଠକରେ ଯୋଗ...

ବନ୍ଧୁକ ଛାଡ଼ିଲେ ୨୨ ମାଓବାଦୀ

ସୁକମା,୧୮।୪: ଦିନକୁ ଦିନ ଭୁଷୁଡୁଛି ମାଓବାଦୀଙ୍କ ଗଡ଼। ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ଶୁକ୍ରବାର ଛତିଶଗଡ଼ ସୁକୁମା ପୋଲିସ ନିକଟରେ ୨୨ ମାଓବାଦୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image