Categories: ଜାତୀୟ

ମଧ୍ୟପ୍ରଦେଶ, ଛତିଶଗଡ ମତଦାତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ, ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ

ନୂଆଦିଲ୍ଲୀ,୧୭।୧୧: ଆଜି ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ମତଦାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମସ୍ତ ମତଦାତାଙ୍କୁ ମୋର ନିବେଦନ ଯେ ସେମାନେ ନିଜର ମତାଧିକାରର ପ୍ରୟୋଗ ଜରୁରୀ କରିବେ। ଗଣତନ୍ତ୍ର ପାଇଁ ପ୍ରତ୍ୟେକ ଭୋଟ ମୂଲ୍ୟବାନ।

ଉଭୟ ରାଜ୍ୟବାସୀଙ୍କୁ ନିବେଦନ କରି ସେ କହିଛନ୍ତି, ଗଣତନ୍ତ୍ର ପାଇଁ ତୁମର ପ୍ରତ୍ୟେକ ଭୋଟ ମୂଲ୍ୟବାନ ଅଟେ। ଆଜି ମଧ୍ୟପ୍ରଦେଶର ସମସ୍ତ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି। ମୁଁ ନିଶ୍ଚିତ ଯେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳର ଭୋଟରମାନେ ଉତ୍ସାହର ସହିତ ଭୋଟ ଦେବେ ଏବଂ ଗଣତନ୍ତ୍ରର ଏହି ମହାନ ପର୍ବର ସୌନ୍ଦର୍ଯ୍ୟ ବୃଦ୍ଧି କରିବେ। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟ ଦେଇଥିବା ରାଜ୍ୟର ସମସ୍ତ ଯୁବକଙ୍କୁ ମୋର ବିଶେଷ ଶୁଭେଚ୍ଛା।

Share