Posted inଜାତୀୟ

ବିଧାନସଭା ନିର୍ବାଚନ ଫଳାଫଳ ୨୦୨୩: ତିନି ରାଜ୍ୟରେ ଭାଜପା ଅଗ୍ରଣୀ, ତେଲଙ୍ଗାନାରେ ବିଜୟ ମୁହାଁ କଂଗ୍ରେସ

ନୂଆଦିଲ୍ଲୀ,୨ା୧୨: ମତଦାନ ଗଣନାର ପ୍ରାରମ୍ଭିକ ପର୍ଯ୍ୟାୟ ଫଳାଫଳ ଅନୁଯାୟୀ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରି ଅନ୍ୟ ମାନଙ୍କ ଠାରୁ ଆଗରେ ରହିଛି। ସେହିପରି ଛତିଶଗଡରେ ମଧ୍ୟ ଶାସକ କଂଗ୍ରେସକୁ ମଧ୍ୟ ଅତିକ୍ରମ କରି ବିଜୟ ଆଡକୁ ଅଗ୍ରସର ହେଉଛି। ତେବେ ପ୍ରାରମ୍ଭିକ ଗଣନା ଅନୁଯାୟୀ ତେଲଙ୍ଗାନାରେ କଂଗ୍ରେସ ଦୃଢ଼ ସ୍ଥିତିରେ ରହିଛି।

ତେଲଙ୍ଗାନାର କାମାରେଡି ନିର୍ବାଚନମଣ୍ଡଳୀରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଙ୍କୁ କଡା ଟକ୍କର ଦେଇ ଅଗ୍ରଣୀ ହାସଲ କରିଛନ୍ତି କଂଗ୍ରେସ ମୁଖ୍ୟ ରେଭନ୍ତ ରେଡ୍ଡୀ। କୌତୁହଳର ବିଷୟ ହେଉଛି, ଗଜୱେଲରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି.ଆର., ବିଜେପି ନେତା ଏଟାଲା ରାଜେନ୍ଦ୍ରଙ୍କୁ ପଛରେ ପକାଇ ଅଗ୍ରଣୀ ହାସଲ କରିଛନ୍ତି।

ମଧ୍ୟପ୍ରଦେଶରେ ଶାସକ ବିଜେପି ମ୍ୟାଜିକ ନମ୍ବର ଅତିକ୍ରମ କରି ୧୫୭ ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ଦଳ ୬୯ ଟି ନିର୍ବାଚନମଣ୍ଡଳୀରେ ଆଗୁଆ ରହିଛି।
ତେବେ ଛତିଶଗଡରେ ଏପର୍ଯ୍ୟନ୍ତ କୌଣସି ଦଳ ଅଧିକ ଅଗ୍ରଣୀ ହାସଲ କରି ପାରିନାହାନ୍ତି। କିନ୍ତୁ ବର୍ତ୍ତମାନ ବିଜେପି ଶାସକ କଂଗ୍ରେସଠାରୁ ଟିକିଏ ଆଗକୁ ଯାଇଛି। ୩୮ଟି ନିର୍ବାଚନମଣ୍ଡଳୀରେ କଂଗ୍ରେସ ଆଗୁଆ ଥିବାରୁ ଗେରୁଆ ଦଳ ୪୯ ଟି ଆସନରେ ଆଗୁଆ ରହିଛି। ତେବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ପତନ ୫୦ ଭାଜପା ଆଗୁଆ ରହିଛି।
ତେଲେଙ୍ଗାନାରେ କଂଗ୍ରେସ ୬୯ ଟି ଆସନ ସହ ବହୁ ଆଗରେ ଥିବାବେଳେ ଶାସକ ବିଆରଏସ ୩୮ ଟି ଆସନରେ ଆଗୁଆ ରହିଛି। ଗଜୱେଲ ଆସନରେ ବିଆରଏସ ସୁପ୍ରିମୋ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଅଗ୍ରଣୀ ଅଛନ୍ତି, କିନ୍ତୁ କାମାରେଡିରେ ପଛରେ ଅଛନ୍ତି। କାମାରେଡିରେ କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ ଆଗରେ ଅଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri