Categories: ଜାତୀୟ

୫ ରାଜ୍ୟରେ ବିଧାନସଭା ନିର୍ବାଚନ: ଫେବୃୟାରୀରେ ହୋଇପାରେ ତାରିଖ ଘୋଷଣା !

ନୂଆଦିଲ୍ଲୀ,୧୦।୧: ଆଗକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ନିର୍ବାଚନ ଆୟୋଗ ଫେବୃୟାରୀରେ ତାରିଖ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ୧୫ ଜାନୁୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ଏଭଳି କରାଯିବାର ଯୋଜନା ରହିଛି। ମେ’ରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଏପ୍ରିଲ୍‌ ସୁଦ୍ଧା ବିଧାନସଭା ନିର୍ବାଚନ ଶେଷ କରିବାକୁ ନିର୍ବାଚନ ଆୟୋଗ ଯୋଜନା କରିଛନ୍ତି। ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ ଏବଂ କେରଳରେ ନିର୍ବାଚନ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ବିଧାନସଭାରେ ୨୩୪ ଆସନ ଥିବାବେଳେ ପଶ୍ଚିମବଙ୍ଗ ବିଧାନସଭାରେ ୨୯୪ ଆସନ ରହିଛି। ସେହିପରି ଆସାମ ବିଧାନସଭାରେ ୧୨୬, ପୁଡୁଚେରୀରେ ୩୦ ଏବଂ କେରଳରେ ୧୪୦ ଆସନ ରହିଛି। ତାମିଲନାଡୁ ସରକାରଙ୍କ କାର୍ଯ୍ୟକାଳ ୨୦୨୧ ମେ ୨୪ରେ ଶେଷ ହେଉଥିବାବେଳେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟକାଳ ମେ ୩୦ରେ ଏବଂ ଆସାମ ସରକାରଙ୍କ କାର୍ଯ୍ୟକାଳ ୩୧ ମେ ରେ ଶେଷ ହେଉଛି। ପୁଡୁଚେରି ସରକାରଙ୍କ କାର୍ଯ୍ୟକାଳ ଜୁନ୍‌ ୮ ଏବଂ କେରଳ ସରକାରଙ୍କ କାର୍ଯ୍ୟକାଳ ଜୁନ୍‌ ୧ରେ ଶେଷ ହେଉଛି। ଏହା ପୂର୍ବରୁ ଏସବୁ ରାଜ୍ୟରେ ନିର୍ବାଚନ କରାଯିବାର ଯୋଜନା କରାଯାଉଥିବା ଚର୍ଚ୍ଚା ହେଉଛି।

Share