Categories: ଜାତୀୟ

ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ସଫା: ସୁପ୍ରିମକୋର୍ଟ ଜାରି କଲେ ସମୟ ସୀମା…

ନୂଆଦିଲ୍ଲୀ,୧୧।୧୨ : ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ହଟାଇବା ଠିକ କି ନୁହେଁ ତାହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟ ମଧ୍ୟ ସମୟସୀମା ଜାରି କରିଛନ୍ତି।

ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ ହଟାଇବା ନିଷ୍ପତ୍ତିକୁ ସାମ୍ବିଧାନିକ ସଠିକ ବୋଲି ବିବେଚନା କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଜମ୍ମୁ-କଶ୍ମୀର ଦେଶର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଧାରା ୩୭୦ ସେଠାରେ ଏକ ଅସ୍ଥାୟୀ ବ୍ୟବସ୍ଥା। ଏଥିସହ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରିବାକୁ ଏସସି ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ରାୟରେ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ବିଧାନସଭା ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଧାନସଭା ନିର୍ବାଚନ ସହ ଜଡିତ ପଦକ୍ଷେପ ନେବାକୁ କୋର୍ଟ ଆୟୋଗଙ୍କୁ କହିଛନ୍ତି।

 

Share