ବେଙ୍ଗାଲୁରୁ,୨୯।୩ : କର୍ନାଟକର ୨୨୪ ବିଧାନସଭା ଆସନରେ ୧୦ ମେ’ ରେ ନିର୍ବାଚନ ହେବ। ମେ’ ୧୩ରେ ମତ ଗଣନା କରାଯିବ। ଏନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଘୋଷଣା କରିଛନ୍ତି। ଏନେଇ ମେ’ ୨୪ ପୂର୍ବରୁ ସମସ୍ତ ପ୍ରକିୟା ଶେଷ ହେବ। ରାଜ୍ୟରେ ୫.୨୨ କୋଟି ଭୋଟର ମତଦାନ କରିବେ।
୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଘରେ ଭୋଟ ଦେବାର ସୁବିଧା ଯୋଗାଇ ଦିଆଯିବ। ରାଜ୍ୟରେ ୯.୧୭ ଲକ୍ଷ ପ୍ରଥମେ ମତଦାନ କରୁଥିବା ନୂଆ ଭୋଟର ଅଛନ୍ତି। ସେମାନଙ୍କ ଉପରେ ନିର୍ବାଚନ କମିଶନର ଅଧିକ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟରେ ୧୭ ହଜାର ଶତାୟୁ ଭୋଟର ଅଛନ୍ତି। ଏପ୍ରିଲ ୧ ସୁଦ୍ଧା ୧୮ ବର୍ଷ ପୂରଣ କରୁଥିବା ଯୁବବର୍ଗ ଭୋଟ ଦେଇ ପାରିବେ। ରାଜ୍ୟରେ ୨୪୦ ମଡେଲ ମତଦାନ କେନ୍ଦ୍ର ସ୍ଥାପନ କରାଯିବ।
୨୨୪ ମତଦାନ କେନ୍ଦ୍ରରେ ଯୁବକର୍ମଚାରୀଙ୍କୁ ମୁତୟନ କରାଯିବ। ସେହିପରି ୧୦୦ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ମୁତୟନ କରାଯିବ। ରାଜ୍ୟରେ ମୋଟ ୫,୨୧,୭୩,୫୭୯ ଭୋଟର ଅଛନ୍ତି।