ଆଜିଠୁ ବିଧାନସଭା

ଭୁବନେଶ୍ୱର,୧ା୧୨(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବ। ଏହା ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି। ସେଥିରେ ୨୧ଟି ସରକାରୀ ଦିବସ ଥିବା ବେଳେ ୫ଟି ବେସରକାରୀ ଦିବସ ରହିଛି। ପ୍ରଥମ ଦିବସରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରାଯିବ। ୭ରୁ ୯ ତାରିଖ ମଧ୍ୟରେ ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ୧୦ରେ ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ ହେବ। ୨୫ ତାରିଖ ବଡ଼ଦିନ ଏବଂ ୨୬ ରବିବାର ପଡୁଥିବାରୁ ଦୁଇଦିନ ବିଧାନସଭା ବନ୍ଦ ରହିବ। ବିଧାନସଭା ୧୦ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ଦିନକୁ ୫ ଘଣ୍ଟା ବିଧାନସଭା ଚାଲିବ। ପ୍ରଥମ ଦିବସ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ରବିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

୫ ବାବାଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର,୨୮।୧୨: ଭୁବନେଶ୍ବର ମୈତ୍ରିବିହାର ଥାନା ପୋଲିସ ରବିବାର ୫ଜଣ ବାବାଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଛି। ଅଟକ ୫ ବାବା ବାହାର ରାଜ୍ୟର ବୋଲି...

ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣାରେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,...

ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ସୁଦ୍ଧା ଆବେଦନ ନ କଲେ…

ଭୁବନେଶ୍ୱର,୨୮ା୧୨: ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ...

ନୂଆବର୍ଷରେ ପୁରୀ ଆସିବାର ଥିଲେ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୮ା୧୨: ଡିସେମ୍ବର ୩୧ରୁ ନୂଆବର୍ଷ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି।...

ବର୍ଷା କ୍ଷୟକ୍ଷତି ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ: କ’ଣ ଆସିବ ନିଷ୍ପତ୍ତି

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ କ୍ଷୟକ୍ଷତି ଆକଳନ ବୈଠକ ଆରମ୍ଭ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆରମ୍ଭ ହୋଇଛି। ରାଜସ୍ବ, କୃଷି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri