ଭୁବନେଶ୍ୱର,୨୪ା୧୧(ବ୍ୟୁରୋ): ଗୁରୁବାରଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି। ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। କୋଭିଡ୍ ପରେ ପ୍ରଥମ ଥର ଲାଗି କଟକଣା ହଟାଇ ଦିିଆଯାଇଛି। ବିଧାୟକମାନଙ୍କୁ ନିଜ ସିଟ୍ରେ ବସିବାକୁ ସୁଯୋଗ ମିଳିବ। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ୍ ଗ୍ୟାଲେରିକୁ ଅନୁମତି ଦିଆଯାଇଛି। ବିଧାନସଭା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ୨ ବର୍ଷ ପରେ ବିଧାନସଭା ପୂର୍ବଭଳି ସ୍ବାଭାବିକ ହେବ। ଏହି ଅଧିବେଶନ ଅଧିକ ସରଗରମ ହେବାର ସମ୍ଭାବନା ରହିଛି। ଅର୍ଚ୍ଚନା ନାଗ କେଳେଙ୍କାରି, ଚାଷୀ ସମସ୍ୟା, ଆଇନଶୃଙ୍ଖଳା ଭଳି ଅନେକ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏସବୁ ଦୃଷ୍ଟିରୁ ଚଳିତ ଅଧିବେଶନ ଅଧିକ ସରଗରମ ହେବା ସମ୍ଭାବନା ରହିଛି।