Advertisement

ଦାରିଙ୍ଗବାଡି ପରିଦର୍ଶନ କଲେ ବିଧାନସଭା ଲାଇବ୍ରେରୀ କମିଟି

ଦାରିଙ୍ଗବାଡି,୨୬।୫(ଡି.ଏନ.ଏ): ଓଡିଶା ବିଧାନସଭା ଲାଇବ୍ରେରୀ କମିଟି ଦାରିଙ୍ଗବାଡି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ହିଲ ଭିୟୁ ପାର୍କ ସମେତ କଫି ବଗିଚା, କିସୁବାଡି ଠାରେ ଥିବା ପାଟ୍ଟାବାନ୍ଧା ଜଳ ପ୍ରପାତକୁ କମିଟିର ସଦସ୍ୟମାନେ ବୁଲି ଦେଖିଥିଲେ। କମିଟିର ଅଧ୍ୟକ୍ଷ ତଥା ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ ସାମଲଙ୍କ ନେତୃତ୍ୱରେ ପ୍ରାୟ ୧୫ ବିଧାୟକ ଗୁରୁବାର ବିଳମ୍ବିତ ରାତିରେ ଦାରିଙ୍ଗବାଡିରେ ପହଞ୍ଚି ରାତ୍ରିଯାପନ କରିବା ସହ ଶୁକ୍ରବାର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ବୁଲିଦେଖିଥିଲେ। ତେବେ ପାଟ୍ଟାବାନ୍ଧା ଜଳପ୍ରପାତକୁ ପକ୍କା ରାସ୍ତା ସମ୍ପ୍ରସାରଣ, କଫିର ବିକାଶ ସହ ଆହୁରି ଅଧିକ ଜମିରେ କଫି ଚାଷ, ଅଦା ଓ ହଳଦୀକୁ ଜି ଆଇ ଟ୍ୟାଗ ଦେବା ଏବଂ ରାଜ୍ୟ ସରକାର ଅଦା ଓ ହଳଦୀକୁ ଉପଯୁକ୍ତ ମୂଲ୍ୟ ଦେଇ ବଜାରରେ ବିକ୍ରିବଟା ପାଇଁ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ସାମଲ କହିଛନ୍ତି। ସେହିପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲାଇବ୍ରେରୀ ପାଇଁ ଭିତ୍ତିଭୂମି ଓ କୋଠା ରହିଛିକି ନାହିଁ ଏ ସମ୍ପର୍କରେ କମିଟି ଜିଲାର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଏହାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛି । ଏହି କମିଟିରେ ଆସିକା ନିର୍ବାଚନ ମଣ୍ଡଳୀ ବିଧାୟିକା ସମେତ ଖଲିକୋଟ, କଣ୍ଟାମାଳ, ଦଶପଲ୍ଲା, ମାଲକାନଗିରି, ଫୁଲବାଣୀ, ବାଲିଗୁଡା, ଆଦି ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଯୋଗଦାନ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share