ପଣଜୀ,୮ ।୨: ପାଖେଇ ଆସିଲାଣି ୫ ରାଜ୍ୟର ବିଧାନସଭା ନିର୍ବାଚନ । ଏହି କ୍ରମରେ ଗୋଆ ବିଧାନସଭା ପାଇଁ ୧୪ ଫେବୃୟାରୀରେ ଭୋଟ ଗ୍ରହଣ କରାଯିବ । ଏହି ଦିନକୁ ଅର୍ଥାତ୍ ‘ପୋଲିଂ ଡେ’କୁ ଗୋଆ ସରକାର ‘ପବ୍ଲିକ ହଲିଡେ’ ଭାବେ ଘୋଷଣା କରିଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ସୋମବାର ଏକ ନୋଟିସ ଜାରି କରାଯାଇଛି । ଏଥିରେ ସ୍ପଷ୍ଟଭାବେ ଉଲ୍ଲେଖ କରାଯାଇଛି କି ନିର୍ବାଚନ ଦିନକୁ ଛୁଟି ଦିବସ ଭାବେ ଗ୍ରହଣ କରାଯିବ । ଏହା ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ ‘ପେଡ ହଲିଡେ’ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି । ୧୪ ଫେବୃୟାରୀରେ ହେବାକୁ ଯାଉଥିବା ଗୋଆ ବିଧାନସଭା ନିର୍ବାଚନ ଲାଗି ଏଥର ମଇଦାନରେ ୩୩୨ ପ୍ରାର୍ଥୀ ରହିଛନ୍ତି । ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ଘୋଷଣା କରାଯିବ ।