Categories: ଜାତୀୟ

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ଉପହାର ସାଙ୍ଗକୁ ଡ୍ରଗ୍ସ, ମଦ ଓ ଟଙ୍କା ବଣ୍ଟାକୁ ରୋକିବା ପାଇଁ ନିର୍ବାଚନ ଅନୁଷ୍ଠିତ ୫ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ୧,୭୬୬ କୋଟି ଟଙ୍କାର ନଗଦ ଅର୍ଥ ଓ ନିଶାଦ୍ରବ୍ୟ ଜବତ ହୋଇଥିବା ନିର୍ବାଚନ କମିଶନ (ଇସି) କହିଛନ୍ତି।

ଏପରିକି ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଓ ଅଭିଯୋଗ ଆଧାରରେ ଇସି ବିଭିନ୍ନ ରାଜନେତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଥିବା ଜଣାପଡିଛି।

Share