Categories: ଜାତୀୟ

ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିବା ମନା, ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି…

ଲକ୍ଷ୍ନୌ,୧୭।୭: ଏଣିକି ସରକାରୀ ଅଧିକାରୀ ବିଧାନସଭା ସଚିବାଳୟକୁ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିପାରିବେ ନାହିଁ। ଏନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉତ୍ତରପ୍ରଦେଶ ସରକାର ଏସମ୍ପର୍କରେ ସରକାରୀ ବାବୁଙ୍କୁ ତାଗିଦ୍‌ କରିଛନ୍ତି। ରାଜ୍ୟ ବିଧାନସଭା ସଚିବାଳୟର ଯୁଗ୍ମ ସଚିବ ନରେନ୍ଦ୍ର କୁମାର ମିଶ୍ର ଅଧିକାରୀଙ୍କ ଡ୍ରେସ୍‌ କୋଡ୍‌ ସମ୍ପର୍କରେ ଏଭଳି ସୂଚନା ଦେଇଛନ୍ତି। ସଚିବାଳୟର ଗାରିମା ଅନୁସାରେ ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ନିଜ ନିଜ ପୋଷାକରେ ପରିବର୍ତ୍ତନ ଆଣିବେ। କାର୍ଯ୍ୟାଳୟକୁ ଆସୁଥିବା ସମୟରେ କୌଣସି କର୍ମଚାରୀ ଜିନ୍ସ୍‌ ଟି ଶର୍ଟ ପିନ୍ଧି ଆସିପାରିବେ ନାହିଁ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

Share