ଭୁବନେଶ୍ୱର,୯।୧୨(ବ୍ୟୁରୋ): ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ।
ଡିସେମ୍ବର ୧ରୁ ବିଧାନସଭାରେ ଶୀତ ଅଧିବେଶନ ଆରମ୍ଭ ହୋଇଛି। ତେବେ ଶିକ୍ଷୟିତ୍ରୀ ମମତା ମେହେରଙ୍କ ହତ୍ୟା ମାମଲାକୁ ନେଇ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହରେ ଅଚଳାବସ୍ଥା ଜାରି ରହିଛି। ସପ୍ତମ ଦିନରେ ବି ଗୃହ ଚାଲି ପାରି ନ ଥିଲା।