ଗୁରୁବାରଠୁ ବିଧାନସଭା ଶୀତକାଳୀନ ଅଧିବେଶନ: ମୁତୟନ ହେବେ ୩୪ ପ୍ଲାଟୁନ୍‌ ଫୋର୍ସ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନ ଗୁରୁବାରଠୁ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିଜିପି ସୁନୀଲ ବଶଂଲ ବୁଧବାର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତେବେ ବିଧାନସଭା ପାଇଁ ୩୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ୫ ଏଡିସିପି, ୧୧ ଡିଏସ୍‌ପି,୧୩ ଆଇଆଇସି, ୬୨ ଏସ୍‌ଆଇ ରହିବେ। ଏହାସହ କାଲିଠାରୁ ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ। ଅଧିବେଶନ ଶେଷ ଯାଏ ଚାରିପାଖ ରାସ୍ତା ସିଲ୍‌ କରାଯିବ।
ବିଧାନସଭା ଶୀତକାଳୀନ ଅଧିବେଶନ ୨୪ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିବ। ଏହି ଅଧିବେଶନର ପ୍ରଥମ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ ଆଗତ କରିବେ।

Share