Categories: ରାଜ୍ୟ

ଦୁର୍ଘଟଣାରେ ମୃତ ପ୍ରିିଜାଇଡିଂ ଅଫିସରଙ୍କ ପରିବାରକୁ ମିଳିବ ସହାୟତା, ଇସି କଲେ ଘୋଷଣା

ନୂଆପଡ଼ା/କୋରୁକୋଣ୍ଡା,୧୪।୫: ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରିିଜାଇଡିଂ ଅଫିସର ପ୍ରସନ୍ନ ନାୟକଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିବାରଙ୍କୁ ସହାୟତା ପାଇଁ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଇସି ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ସୂଚନାଥାଉ କି, ସୋମବାର ନିର୍ବାଚନ ସରିବା ପରେ ଇଭିଏମ ମେଶିନ ଜମା କରି ଏକ ବାଇକ ଯୋଗେ ପ୍ରସନ୍ନ ମଙ୍ଗଳବାର ଘରକୁ ଫେରୁଥିଲେ । ହେଲେ ୩୫୩ ନମ୍ବର ଜାତୀୟ ରାଜପଥ ତରବୋଡ ତୃଣବିହନ ଉତ୍ପାଦନ କେନ୍ଦ୍ର ନିଟରେ ଏକ କାର ସହ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲ। ଫଳରେ ପ୍ରିଜାଇଡିଂ ଅଫିସର ପ୍ରସନ୍ନ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ନୂଆପଡ଼ା ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।

Share