Categories: ଜାତୀୟ

ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଯୋଗାଇ ଦିଆଯିବ ସହାୟତା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧।୩: ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏକ ବଳାତ୍କାର ମାମଲାରେ ଜାମିନ ବିଚାର ସମୟରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଛନ୍ତି। ମହାରାଷ୍ଟ୍ର ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିବା ମୋହିତ୍‌ ସୁଭାଷ ଚଭନଙ୍କ ବିରୋଧରେ ଜଣେ ସ୍କୁଲଛାତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପୋସ୍‌କୋ ଆଇନ ଅନ୍ତର୍ଗତ ଅଭିଯୁକ୍ତଙ୍କୁ ଚାକିରି ହରାଇବା ସହିତ ଜେଲ୍‌ ଦଣ୍ଡାଦେଶ କରାଯିବାର ଆଶଙ୍କା ରହିଛି। ତେବେ ଯଦି ସେ ପୀଡ଼ିତାଙ୍କୁ ବିବାହ କରିବା ଲାଗି ରାଜି ହୁଅନ୍ତି ତେବେ ତାଙ୍କୁ ସହାୟତା ପ୍ରଦାନ କରାଯିବ। ମାତ୍ର ପୀଡ଼ିତାଙ୍କୁ ୧୮ ବର୍ଷ ହେବା ପରେ ଏହା କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

Share