ଭିଜିଲାନ୍ସ ଜାଲରେ ସହକାରୀ ଜିଲାପାଳ

ରାଉରକେଲା ଅଫିସ, ୮।୨: ରାଉରକେଲାର ସହକାରୀ ଜିଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ଜଣାପଡ଼ିଛି। ମନୋରଞ୍ଜନଙ୍କ ଛେଣ୍ଡସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପଟାଣାରେ ଥିବା ଅପାଟମେଣ୍ଟ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ଜାରି ରହିଥିବା ବେଳେ କେତେ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ମିଳିନାହିଁ ।

Share