ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର, ୨୧।୧୦(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ଆର୍‌ ଆଣ୍ଡ୍‌ ବି ଡିଭିଜନ-୫ ସହକାରୀ ଯନ୍ତ୍ରୀ ସାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ୫ଟି ସ୍ଥାନରେ ଏକକାଳିନ ଚଢ଼ାଉ ଜାରି ରହିଛି। ଚଢ଼ାଉ ହେଉଥିବା ସ୍ଥାନଗୁଡିକ ହେଉଛି, ଭୁବନେଶ୍ୱର ସ୍ଥିତ ଅଫିସ, ଭୁବନେଶ୍ୱର ୟୁନିଟ-୬ ଗଙ୍ଗନଗରସ୍ଥିତ ୩ ମହଲା ଘର, ଗଞ୍ଜାମ ବଡ଼ଗଡ଼ସ୍ଥିତ ପୈତୃକ ଘର, ଗଞ୍ଜାମ ସୋରଡ଼ାସ୍ଥିତ ଶ୍ୱଶୁର ଘର, ଗଞ୍ଜାମ ଗାନ୍ଧିନଗରସ୍ଥିତ ଘର।

Share