ଭିଜିଲାନ୍ସ ଜାଲରେ କୋଟିପତି ସହକାରୀ ଯନ୍ତ୍ରୀ

ଭବାନୀପାଟଣା,୨୭।୭(ଉତ୍ତମ କୁମାର ଦାଶ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗ ଜିପିଏଚ୍‌ (ସାଧାରଣ ଜନ ସ୍ବାସ୍ଥ୍ୟ ବିଭାଗ) ସେକ୍ସନ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଭବାନୀପାଟଣା ସହରସ୍ଥିତ ମନ୍ଦାର ବଗିଚାପଡ଼ାରେ ଥିବା ତାଙ୍କ ବାସଭବନ, ନର୍ଲା ବ୍ଲକ ବଲବସପୁର ଗ୍ରାମରେ ଥିବା ପୈତୃକ ଘର ସମେତ ସରକାରୀ ଅଫିସରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଚଢ଼ାଉ ବେଳେ ଭବାନୀପାଟଣା ସହରରେ ୧ କୋଟି ୧୦ ଲକ୍ଷର ୩ ମହଲା ଘର, ୨ଟି ପ୍ଲଟ, ୧ କୋଟି ୫୪ ଲକ୍ଷର ବ୍ୟାଙ୍କ, ଡାକ ବୀମା ରାଶି ଜମା, ନଗଦ ୨ ଲକ୍ଷ ୬୫ ହଜାର ଟଙ୍କା, ସୁନା ୪୪୧ ଗ୍ରାମ, ରୁପା ୭ ଶହ ଗ୍ରାମ ଆଦି ଜବତ କରାଯାଇଛି। କଳାହାଣ୍ଡି, ଜୟପୁର ଓ କୋରାପୁଟ ଭିଜିଲାନ୍ସ ବିଭାଗର ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୩ ଡିଏସ୍‌ପି, ୪ ଇନ୍ସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି। ବର୍ତ୍ତମାନ ବି ଚଢ଼ାଉ ଜାରି ରହିଥିବାବେଳେ ଆଗକୁ ଆହୁରି ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।