ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଖୋର୍ଦ୍ଧା ଅଫିସ,୭।୧୨: ଜଳସେଚନ ବିଭାଗର ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ କାମଦେବ ବିଶ୍ବାଳଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଛି। ବିଲ ପାସ କରାଇଦେବା ପାଇଁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରପଡିଛନ୍ତି। ତାଙ୍କ ଭୁବନେଶ୍ବର ସ୍ଥିତ ଗଙ୍ଗନଗର ବାସଭବନ ଓ ସରକାରୀ କାର୍ଯ୍ୟଳୟରେ ଚଢଉ ଜାରି ରହିଛି। ଭୁବନେଶ୍ବର ଭିଜିଲାନ୍ସ ଡିଏସ୍‌ପି କେବି ଆଚାର୍ଯ୍ୟଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍‌ ଚଢାଉରେ ସାମିଲ ହୋଇଛନ୍ତି। କାମଦେବଙ୍କୁ ଭୁବନେଶ୍ବର ଅଫିସକୁ ନିଆଯାଇଛି।