ବରଗଡ଼ ଅଫିସ,୧୦ା୯: ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭେଡେନ ବ୍ଲକ ଅନ୍ତର୍ଗତ ପପଙ୍ଗା ଗ୍ରାମର ହୃଷୀକେଶ ପ୍ରଧାନଙ୍କଠାରୁ ପେଟ୍ରୋଲ ପମ୍ପ ପାଇଁ ଫାୟାର୍ ସେଫ୍ଟି ସାର୍ଟିଫିକେଟ ଇସ୍ୟୁ ପାଇଁ ୧୨୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଚଢ଼ାଉ ଜାରି ରହିଛି। ବରଗଡ଼ ଭିଜିଲାନ୍ସ ଡିଏସ୍ପି ପରମେଶ୍ବର କିଶାନଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି।