ପୁରୁଷୋତ୍ତମପୁର,୧୯।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଖୁବ୍ଶୀଘ୍ର ଆସିଷ୍ଟାଣ୍ଟ ସେସନ୍ସ ଜଜ୍ ତଥା ସିଭିଲ ଜଜ୍ ସିନିୟର ଡିଭିଜନ କୋର୍ଟ ଖୋଲିବାକୁ ଯାଉଛି। ଏନେଇ ସୋମବାର ଗଞ୍ଜାମ ଜିଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଓ ରେଜିଷ୍ଟ୍ରାର ସୁଶାନ୍ତ କୁମାର ମିଶ୍ର ପୁରୁଷୋତ୍ତମପୁର ଜେଏମ୍ଏଫ୍ସି କୋର୍ଟକୁ ଯାଇ ସେଠାକାର ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଉପର ମହଲାରେ ନିର୍ମିତ ହୋଇଥିବା କୋର୍ଟ ହଲ୍, ଅଫିସ, ରେକର୍ଡ ରୁମ ସମେତ ପାରିପାଶର୍ବିକ ସ୍ଥିତିର ଅନୁଧ୍ୟାନ କରି ପ୍ରଥମ ଶ୍ରେଣୀ ବିଚାରପତି ପୂଜା ପ୍ରିୟଦର୍ଶନୀ ପତି ଏବଂ ଓକିଲମାନଙ୍କ ସହ ସେମାନେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଏଠାରେ କୋର୍ଟ ପ୍ରତିଷ୍ଠା ଦାବିରେ ଓକିଲମାନେ ଦୀର୍ଘ ୬ମାସରୁ ଚାବି ପକାଇ ଆନ୍ଦୋଳନ କରିଥିଲେ। ଏହାକୁ ନେଇ ରାଜ୍ୟ ସରକାର ଗତ ଜୁନ ୫ ତାରିଖରେ ଆଇନ ବିଭାଗର ଚିଠି ନଂ ୭୫୦୮ରେ କୋର୍ଟ ଖୋଲିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ।