ମେ’ ୨୦ରେ ଉଦ୍‌ଘାଟନ ହେବ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ କୋର୍ଟ

ପୁରୁଷୋତ୍ତମପୁର,୧୧।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ତଥା ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ପ୍ରତିଷ୍ଠା ଲାଗି ଦୀର୍ଘଦିନ ହେଲା ଓକିଲ ସଂଘ ଦାବି କରିଆସୁଥିଲା। ଦାବିକୁ ରାଜ୍ୟ ସରକାର ଗୁରୁତର ସହ ନେଇ ନୂତନ କୋର୍ଟ ଖୋଲିବା ଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ। ସରକାରଙ୍କ ଏହି ବିଜ୍ଞପ୍ତିକୁ ନେଇ ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରି ନୂତନ ବିଚାରପତି ଭାବେ ଶରତ କୁମାର ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ଆସନ୍ତା ୨୦ ତାରିଖରେ ନୂତନ କୋର୍ଟର ଉଦ୍‌ଘାଟନ କରିବା ଲାଗି ସ୍ଥିର କରିଛନ୍ତି। ଏହାକୁ ନେଇ ଓକିଲ ସଂଘ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଖୁସିର ଲହରି ଖେଳିଯାଇଛି। ସରକାର ଓ ହାଇକୋର୍ଟଙ୍କୁ ଓକିଲ ସଂଘ କୃତଜ୍ଞତା ଜଣାଇଛି ।

 

Share