କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର ବ୍ୟବହାର କରାଯାଉଛି। ଏହି ପଦ୍ଧତିକୁ କର୍ଣ୍ଣ ବେଧନ କୁହାଯାଉଛି।

ଏହି ପଦ୍ଧତି ୬୦ ଜଣଙ୍କ ଉପରେବୈଜ୍ଞାନିକ ପ୍ରଣାଳୀରେ ପରୀକ୍ଷା କରାଯାଉଛି। ଏହାର ଫଳାଫଳ ଭଲ ହେଇଛି ବୋଲି କୁହାଯାଉଛି। ଏହା ଦ୍ୱାରା କାନର ସମ୍ପୃକ୍ତ ଅଂଶରେ ଥିବା ଶିରାରେ ଚାପ ପଡ଼ିିଥାଏ ଏବଂ ଆଲର୍ଜି ଓ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିଥାଏ।

ବିଏଚୟୁ ଚିକିତ୍ସା ବିଭାଗର ପ୍ରଫେସର ଡାକ୍ତର ରାଜେନ୍ଦ୍ର ପ୍ରସାଦ କହିଛନ୍ତି ଯେ କାନରେ ରୂପା ରିଙ୍ଗ ଲଗାଇଲେ ଶିରାରେ ଚାପ ସୃଷ୍ଟି ହୋଇଥାଏ। ଯେଉଁ କାରଣରୁ ବାୟୁପଥ ବିସ୍ତାର ହୁଏ ଏବଂ ଫୁସଫୁସରେ ବାୟୁ ପ୍ରବାହ ଭଲ ହୁଏ। ଏହି କାରଣରୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଦୂର ହୋଇଥାଏ।

ସେ କହିଛନ୍ତି ଯେ ଏହି ପରୀକ୍ଷା ଚଳିତ ବର୍ଷ ଜୁନ ଠାରୁ ଆରମ୍ଭ ହୋଇଛି। ଶାସ୍ତ୍ରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଏହା କରିବା ପାଇଁ ପ୍ରାୟ ୪୮ ଦିନ ସମୟ ଲାଗେ। ଡାକ୍ତରଙ୍କ ପରାମର୍ଶରେ, ଏହି କାନଫୁଲ ଦୀର୍ଘ ସମୟ ଧରି କିମ୍ବା ସମଗ୍ର ଜୀବନ ପାଇଁ ପିନ୍ଧାଯାଇପାରିବ।

Share