କିଏ ହେବେ ଆମେରିକାର ଆଗାମୀ ରାଷ୍ଟ୍ରପତି: ବାଇଡେନ୍‌ ନିର୍ବାଚନରୁ ହଟିବା ତାରିଖ କହିଥିବା ଜ୍ୟୋତିଷ କଲେ ବଡ଼ ଭବିଷ୍ୟବାଣୀ

ଓ୍ବାଶିଂଟନ,୨୮।୭: ଆଜିକାଲି ଆମେରିକାରେ ନିର୍ବାଚନ ତାତି ବଢିବାରେ ଲାଗିଛି। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବିଡେନ ନିର୍ବାଚନ ରେସ୍‌ରୁ ଓହରିବା ପରେ କମଲା ହାରିସ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏସବୁ ଭିତରେ ଆମେରିକାର ଆଗାମୀ ରାଷ୍ଟ୍ରପତି କିଏ ହେବେ ତାକୁ ନେଇ ବେଶ୍‌ ଆଲୋଚନା ଚାଲିଛି। ଏହି ସମୟରେ ଆମେରିକାର ଜଣେ ଜ୍ୟୋତିଷ ଆମି ଟ୍ରିପ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଜୋ ବାଇଡେନ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାର ପୂର୍ବାନୁମାନ ହେତୁ ସେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ମଧ୍ୟ ଏକ ବଡ଼ କଥା କହିଛନ୍ତି। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ ବୋଲି ଆମି ଭବିଷ୍ୟବାଣୀ କରିଛନ୍ତି।
ଇଣ୍ଟରନେଟର ପ୍ରଖ୍ୟାତ ଜ୍ୟୋତିଷ ଭାବରେ ଜଣାଶୁଣା ଆମି ଟ୍ରିପ ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ କହିଛନ୍ତି, ଭବିଷ୍ୟତରେ ଟ୍ରମ୍ପଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତାଙ୍କ ଉପରେ ହୋଇଥିବା ଆକ୍ରମଣରୁ ଏହା ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି। ଟ୍ରମ୍ପ ବର୍ତ୍ତମାନ ତାଙ୍କ ବ୍ୟବସାୟିକ ସଫଳତାର ଶିଖରରେ ଅଛନ୍ତି।
ଟ୍ରମ୍ପଙ୍କ ବ୍ୟତୀତ ଆମି ଆମେରିକା ବିଷୟରେ ମଧ୍ୟ ପୂର୍ବାନୁମାନ କରିଥିଲେ। ଆମି କହିଛନ୍ତି ଯେ ଅଗଷ୍ଟ ମାସ ଆମେରିକାରେ କଷ୍ଟସାଧ୍ୟ ହୋଇପାରେ। ଆଗକୁ ଅଧିକ ରାଜନୈତିକ ଅସ୍ଥିରତା ହୋଇପାରେ।
ଏହାପୂର୍ବରୁ ଆମି ଜୋ ବାଇଡେନଙ୍କ ନିର୍ବାଚନୀ ରେସ୍‌ରୁ ଓହରିବାକୁ ନେଇ ପୂର୍ବାନୁମାନ କରିଥିଲେ। ଯାହା ପରେ ସଠିକ ପ୍ରମାଣିତ ହୋଇଥିଲା। କେବଳ ଏତିକି ନୁହେଁ, ୪୦ ବର୍ଷୀୟା ଆମି ବାଇଡେନଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ଦିନ ପୂର୍ବରୁ ମଧ୍ୟ କହିଥିଲେ। ୨୧ ଜୁଲାଇ ସେ ନିଜ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ।

Share