ଏହି ୫ ସମସ୍ୟା ଦୂର କରେ ମୋତି

ମୋତି ଏପରି ଏକ ରତ୍ନ, ଯାହା ଧାରଣ କଲେ ଜୀବନର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ଜ୍ୟୋତିଷଶାସ୍ତ୍ରବିତ୍‌ କହିଛନ୍ତି। ଏକଥା ନୁହେଁ, କି ରତ୍ନ ପଥର ଧାରଣ କଲେ ମଣିଷ ବିଶ୍ୱକୁ ଜିଣିପାରିବ। ମାତ୍ର ପଥର ଆକାରରେ ଆସୁଥିବା ବିପଦ ପତ୍ର ଆକାରରେ ଆପଣଙ୍କ ଦେହରେ ବାଜିବ ବୋଲି ଜ୍ୟୋତିର୍ବିଦମାନେ କୁହନ୍ତି। ଜାଣନ୍ତୁ ଏ ସମ୍ପର୍କରେ…

ପାରିବାରିକ ମତଭେଦ ଦୂର ହୁଏ:
ଯଦି ସର୍ବଦା ପାରିବାରିକ କଳହ ଲାଗି ରହୁଥାଏ କିମ୍ବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମତଭେଦ ଘଟୁଥାଏ ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ, ସ୍ତ୍ରୀଙ୍କୁ ମୋତି ହାର ପିନ୍ଧାନ୍ତୁ। ଫଳରେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହେବ।

ସ୍ବାସ୍ଥ୍ୟ ଭଲ ରହେ:
ଯଦି ଆପଣଙ୍କ ପିଲାଙ୍କ ସ୍ବାସ୍ଥ୍ୟ ସବୁବେଳେ ଖରାପ ହେଉଥାଏ। ଡାକ୍ତରଙ୍କ ପାଖକୁ ନେଇ ମଧ୍ୟ ଭଲ ହୋଇ ନ ଥାଏ, ତେବେ ଏପରି ପରିସ୍ଥିତିରେ ମୋତି ରାମବାଣ ସଦୃଶ କାମ କରେ। ଶିଶୁର ବେକରେ ରୁପା ଚନ୍ଦ୍ରରେ ମୋତି ପିନ୍ଧାନ୍ତୁ।

ଚାକିରିରେ ଅଗ୍ରଗତି ହୁଏ:
ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଯଦି ଚାକିରିରେ ଅଗ୍ରଗତି ହେଉନାହିଁ ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଏକ ଛୋଟ ରୁପା ଫରୁଆରେ ମୋତି ରଖନ୍ତୁ ଏବଂ ଏହାକୁ ନିଜ ବ୍ୟାଗରେ ରଖନ୍ତୁ। ଚାକିରିରେ ଉନ୍ନତି ଆସିବ।

ଅର୍ଥାଭାବ ଦୂର ହୁଏ:
ଜୀବନରେ ଚାକିରି ସତ୍ତ୍ୱେ ଅର୍ଥର ଅଭାବ ରହିଥାଏ। ଫଳରେ ଆପଣ ଅସୁବିଧାରେ ପଡ଼ିଥାନ୍ତି। ତେବେ ଏପରି ପରିସ୍ଥିତିରେ ଠାକୁର ପୂଜାସ୍ଥାନରେ ୨ଟି ମୋତି ପଥର ନେଇ ହଳଦିଆ କପଡ଼ାରେ ବାନ୍ଧି ରଖନ୍ତୁ। ଫଳରେ ଲକ୍ଷ୍ମୀଙ୍କ ଅପାର କରୁଣା ରହିବ।

ମନ ବିଚଳିତ ହୁଏ ନାହିଁ:
ବେଳେବେଳେ ସାମାନ୍ୟ ସମସ୍ୟା ଟିକେ ପଡ଼ିଗଲେ ଆପଣ ବିଚଳିତ ହୋଇପଡ଼ନ୍ତି। ଏପରି ସ୍ଥିତିରେ ମୋତି ବହୁତ ଭଲ କାମ କରିଥାଏ। ଏକ ଧଳା କପଡ଼ାରେ ମୋତିକୁ ବାନ୍ଧି ପାଖରେ ରଖନ୍ତୁ। ମନ ଶାନ୍ତ ରହିବା ସହ ସମସ୍ୟାର ସମାଧାନ ମଧ୍ୟ ହୋଇଯିବ।