ଜ୍ୟୋତିଷଙ୍କ ଭବିଷ୍ୟବାଣୀ ହେଲା ଭୁଲ ପ୍ରମାଣିତ: ତୈମୁରଙ୍କ ଆସିଲା ସାନ ଭାଇ

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ପୁଣି ଥରେ ମା’ ହେବାକୁ ଯାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକ ଏହାକୁ ନେଇ ଉତ୍ସାହିତ ଥିଲେ। ବେବୋଙ୍କ ପୁଅ ହେବ ନା ଝିଅ ଏହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଲାଗି ରହିଥିଲା। ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସନ୍ତାନକୁ ନେଇ ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ କରିନାଙ୍କ ସନ୍ତାନକୁ ନେଇ ମଧ୍ୟ ଦାବି କରିଥିଲେ। ସେ କହିଥିଲେ ଏଥର ବେବୋଙ୍କ ଏକ ଝିଅ ହେବ। କିନ୍ତୁ ଏଥର ଏହି ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି। କାରଣ ତୈମୁରଙ୍କ ସାନଭାଇ ଜନ୍ମ ହୋଇଛି।
୨୧ ଫେବୃୟାରୀ ତଥା ରବିବାର କରିନା ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ନୂଆ ଅତିଥି ଆସିଛନ୍ତି। ବେବୋ ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହ ଉଭୟଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
ଉଭୟ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରିହେଉ ନାହିଁ ବୋଲି ବେବୋ କହିଥିଲେ। ଏବେ ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଫ୍ୟାନ୍ସମାନେ ଉଭୟଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ବଡ ପୁତ୍ର ତୈମୁରଙ୍କୁ ଏକ ଭାଇ ମିଳିଯାଇଛି ।

Share