ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚମକିବ ଏହି ୩ ରାଶିର ଭାଗ୍ୟ, ହେବ ଧନ ବର୍ଷା

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବର ୨୦୨୩ରେ ପଡ଼ୁଛି। ଏହି ଚନ୍ଦ୍ରଗ୍ରହଣ କୁମାରପୂର୍ଣ୍ଣିମା ଦିନ ହେଉଛି। ଏହା ରାତି ୧ଟା ୬ରୁ ଆରମ୍ଭ ହୋଇ ୨ଟା ୨୨ ମିନିଟ୍‌ରେ ଶେଷ ହେବ। ଭାରତରେ ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୧ ଘଣ୍ଟା ୧୬ ମିନିଟ୍‌ ହେବ ବୋଲି କୁହାଯାଉଛି। ତେବେ ପୂର୍ଣ୍ଣିମା ରାତିରେ ଯେତେବେଳେ ରାହୁ ଏବଂ କେତୁ ଚନ୍ଦ୍ରକୁ ଗ୍ରାସ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ଚନ୍ଦ୍ରଗ୍ରହଣ ଘଟିଥାଏ। ଏଥି ସହିତ, ଚନ୍ଦ୍ରଗ୍ରହଣର କିଛି ଘଣ୍ଟା ପୂର୍ବରୁ ସୂତାକ ଅବଧି ଆରମ୍ଭ ହୁଏ।

ତେବେ ଏହି ଚନ୍ଦ୍ର ଗ୍ରହଣରେ କେତେ ରାଶିପାଇଁ ବହୁତ ଶୁଭ ହେବ ଜୌତିଷ ଶାସ୍ତ୍ରରେ କୁହାଯାଉଛି। ଏହି ସବୁ ରାଶିଙ୍କ ଭାଗ୍ୟ ଚମକି ଉଠିବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ବର୍ଷା ସହ ସଫଳତା ପ୍ରାପ୍ତି ହେବ ।
ତେବେ ଏହି ସବୁ ରାଶିଗୁଡିକ ହେଲେ …..

ମେଷ ରାଶି : ଏହି ସବୁ ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରାପ୍ତ ହେବା ସହ ବ୍ୟବସାୟରେ ଲାଭ ହେବ। ଏହା ସହ ଭଉଣୀ ଭାଇଙ୍କଠାରୁ ଆର୍ଥିକ ରାଶି ପ୍ରାପ୍ତ ହେବ। ମାନ ସମ୍ମାନ, ପଦ ମର୍ଯ୍ୟଦା ବଢ଼ିବ। ଚାକିରି, ଏବଂ ବ୍ୟବସାାୟ କ୍ଷେତ୍ରରେ ଉନ୍ନତି ଆସିବ। ଅଚାନକ ଶୁଭ ଖବର ମିଳିବ।

ମିଥୁନ ରାଶି: ମିଥୁନ ରାଶି ପାଇଁ ମଧ୍ୟ ଏହି ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭପ୍ରଦ ହେବ। ବ୍ୟବସାୟ ଚାକିରି କ୍ଷେତ୍ରରେ ବ୍ୟକ୍ତିଙ୍କ ଉନ୍ନତି ଘଟିବ। ଚାକିରି ଖୋଜୁଥିବା ଲୋକଙ୍କୁ ଚଳିତବର୍ଷ ଶୁଭ ସମାଚାର ମିଳିବ। ଏହାସହ ପ୍ରମୋଶନ ହେବାରୁ ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ। ଅନ୍ୟ ପକ୍ଷରେ ଶିକ୍ଷା କ୍ଷେତ୍ରରେ ଜଡ଼ିତ ପିଲାଙ୍କ ପାଇଁ ଏ ଚନ୍ଦ୍ର ଗ୍ରହଣ କୌଣସି ବରଦାନଠୁ କମ୍‌ ନୁହେଁ।

ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କ ଧନ ସହ ଜଡ଼ିତ ସବୁ କ୍ଷେତ୍ରରେ ଲାଭ ହିଁ ଲାଭ ହେବ। ପଦ ମର୍ଯ୍ୟଦାରେ ବୃଦ୍ଧି ଘଟିବ।