ନୂଆଦିଲ୍ଲୀ: ସମସ୍ତ କଠିନ ଏବଂ ତରଳ ପଦାର୍ଥ ମହାକାଶରେ ସମାନ ଆଚରଣ କରେ ନାହିଁ। ଥରେ ଭାବନ୍ତୁ ତ ଯଦି ମହାକାଶରେ ମହୁ ବୋତଲ ଖୋଲିବେ ତେବେ କ’ଣ ହେବ? ସେ ବିଷୟରେ ଜଣା ନ ଥିବା କହିପାରନ୍ତି। ତେବେ ଜଣେ ମହାକାଶଚାରୀ ଏ ସଂକ୍ରାନ୍ତୀୟ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ଶୂନ-ମାଧ୍ୟାକର୍ଷଣ ପରିବେଶରେ ମହୁ କିପରି ବ୍ୟବହାର କରେ ତାହା ଦେଖିବାକୁ ମିଳିଛି।
କାନାଡ଼ୀୟ ସ୍ପେସ୍ ଏଜେନ୍ସିର ମହାକାଶଚାରୀ ଡେଭିଡ୍-ସେଣ୍ଟ-ଜ୍ୟାକ୍ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ମହୁକୁ ଯେତେ ଟାଣିଲେ ବି ତାହା ଅଲଗା ହେଉ ନ ଥିବା ଦେଖାଯାଇଛି। ପରେ ସେ ମହୁକୁ ଗୁଡ଼ାଉଛନ୍ତି। ଯାହାକୁ ଦେଖି ଅନେକ ଚକିତ ହେଉଛନ୍ତି। ୟୁଟ୍ୟୁବରେ ଭିଡିଓଟିକୁ ଦେଖି ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏମିତି ହେଲେ ମୁଁ ସବୁକାମ ଭୁଲି ଦିନସାରା ମହୁ ସହ ବୋଧହୁଏ ଖେଳିବି। ଅନ୍ୟଜଣେ ଲେଖିଛନ୍ତି, ଥରେ ଭାବି ଦେଖ ମହାକାଶଚାରୀମାନେ ଯେତେବେଳେ ପ୍ରତ୍ୟାବର୍ତ୍ତନ କରନ୍ତି ଆଉ ସେମାନେ ଭୁଲିଯାଆନ୍ତି ସେମାନଙ୍କର ଖାଦ୍ୟ ଆଉ ଭାସମାନ ଭାବେ ରହିବ ନାହିଁ, କିଭଳି ଲାଗୁଥିବ।