ମୁନ ମିଶନ ଯୋଗ ଯୋଗୁ ଚନ୍ଦ୍ରପୃଷ୍ଠରେ ପଡି ରହିଛି ୨୦୦ଟନ୍‌ ଆବର୍ଜନା, ୧୦୦ ବ୍ୟାଗ ମାନବ ମଳ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୭।୮: ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରାୟାନ ୩। ଚନ୍ଦ୍ରାବତରଣ ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ସେମାନଙ୍କ କାର୍ଯ୍ୟ କରିବା ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ରକେଟ୍‌ ନୁହେଁ ମାନବ ରକେଟ୍‌ ମଧ୍ୟ ୧୯୫୦ରୁ ମହାକାଶକୁ ଛଡାଯାଇଛି। ସେହି ବର୍ଷ ଋଷିଆର ପ୍ରଥମ ରକେଟ୍‌ ଲୁନା ୧ ଚନ୍ଦ୍ର ନିକଟକୁ ଯାଇଥିଲା। ମଣିଷ ଚନ୍ଦ୍ରପୃଷ୍ଠକୁ ଯିବା ସହ ମହାକାଶ ଭିତ୍ତିକ ବହୁ ଅଜଣା କଥା ଆମ ନିକଟକୁ ପଠାଉଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଚନ୍ଦ୍ରପୃଷ୍ଠକୁ ଯାଇ ମଣିଷ ସେଠାରେ ଆବର୍ଜନା ବଢାଇବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨ ଜଣ ମହାକାଶଚାରୀ ଏବଂ ଅନେକ ମିଶନ ଚନ୍ଦ୍ରକୁ ପଠାଯାଇଛି। ମଣିଷ (ମହାକାଶଚାରୀ) ଫେରି ଆସିଥିଲେ ମଧ୍ୟ ସେଠାରେ ଅଳିଆ ଆବର୍ଜନା କରି ଦେଇଥିଲେ। ଚନ୍ଦ୍ରରେ ମାନବ ମଳ, ପାଉଁଶ, ଫଟୋ ଫ୍ରେମ, ଗଲ୍ଫ ବଲ ସହିତ ପ୍ରାୟ ୨୦୦ ଟନ ଆବର୍ଜନା ଜମା ହୋଇଥିବା ଜାଣିବାକୁ ମିଳିଛି।

ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନିଲ ଆର୍ମଷ୍ଟ୍ରଙ୍ଗ ଏବଂ ଏଡୱିନ ‘ବଜ’ ଆଲଡ୍ରିନ ଥିଲେ। ଚନ୍ଦ୍ରରେ ଫେରିବାବେଳେ ସେ ମହାକାଶଯାନର ଅନାବଶ୍ୟକ ଜିନିଷଗୁଡ଼ିକୁ ଚନ୍ଦ୍ରରେ ଛାଡିଥିଲେ। ଆମେରିକାର ଫ୍ଲାଗ ଟ୍ୟୁବ, ଟିଭି କ୍ୟାମେରା ଏବଂ ଚନ୍ଦ୍ରରୁ ଧୂଳି ଏବଂ ପଥର ଉଠାଇବା ପାଇଁ ବ୍ୟବହୃତ ସମସ୍ତ ଉପକରଣ ସେଠାରେ ଛାଡି ଦେଇଥିଲେ। ଏହା ପରେ ଆପୋଲୋ ମିଶନରେ ପ୍ରାୟ ୪ ଲକ୍ଷ ପାଉଣ୍ଡ ଆବର୍ଜନା ଛାଡି ଦିଆଯାଇଥିଲା। ତେବେ ୭୩ବର୍ଷରେ ପ୍ରାୟ ୧୨ଥର ମାନବ ମିଶନ କରାଯାଇଛି। ଏହି ସମୟ ମଧ୍ୟରେ ପ୍ରାୟ ୧୦୦ ବ୍ୟାଗ ମାନବ ମଳ ଏଠାରେ ଛାଡି ଦିଆଯାଇଛି।

Share