ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ହୋଇଥିବା ଏକ ପଜା ପାର୍ଟିର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହାକାଶଚାରୀମାନେ ସ୍ପେସ୍‌ ଷ୍ଟେଶନରେ ପେଟ ଭରି ପିଜା ଖାଇବାର ଆନନ୍ଦ ନେଇଛନ୍ତି। ଏହାକୁ ସେମାନେ ଫ୍ଲୋଟିଂ ପିଜା ନାଇଟ୍‌ ଭାବେ ନାମିତ କରିଛନ୍ତି। ମହାକାଶଚାରୀ ଥୋମାସ୍‌ ପେସ୍କେଟ୍‌ ଇନଷ୍ଟାଗ୍ରାମ୍‌ରେ ଏହାର ଏକ ଭିଡ଼ିଓ ଅପଲୋଡ୍‌ କରିଛନ୍ତି।

ସୂଚନାଯୋଗ୍ୟ, ସ୍ପେସ୍‌ ଷ୍ଟେଶନ୍‌ରେ ୭ ମହାକାଶଚାରୀଙ୍କ ପିଜା ପାର୍ଟି ପାଇଁ ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀର ରକେଟ ପିଜା ସହିତ ଅଗଷ୍ଟ ୧୦ରେ ସ୍ପେସ ଷ୍ଟେସନ ଅଭିମୁଖେ ଭର୍ଜିନିଆର ପୂର୍ବ ଉପକୂଳରୁ ଯାତ୍ରା କରିଥିଲା। ମହାକାଶଚାରୀଙ୍କ ପାଇଁ ଏକ ପିଜା କିଟ ଏବଂ ତାଜା ଆପଲ, ଟମାଟୋ, କିୱି, ପନିର ବଟର ଆଦି ପଠାଯାଇଥିଲା। ଏହି ସ୍ପେସ ଷ୍ଟେସନରେ ବର୍ତ୍ତମାନ ୩ ଜଣ ଆମେରିକୀୟ, ୨ ଜଣ ରୁଷ୍‌, ଜଣେ ଫରାସୀ ଏବଂ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି।

Share