Categories: ଜାତୀୟ

ମୋଦିଙ୍କ ଉପରେ ଅସୁର ଶକ୍ତି ସବାର ହୋଇଛି: ଅଧିର ରଞ୍ଜନ

ନୂଆଦିଲ୍ଲୀ,୧୯।୧୨: କଂଗ୍ରେସ ଏମପି ତଥା ଲୋକ ସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧରୀ ନିଜକୁ ତଥା ବିରୋଧୀ ଦଳର ଏମପିମାନଙ୍କୁ ନିଲମ୍ବନ କରିଥିବାରୁ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅସୁର ଶକ୍ତି ଶବାର ହୋଇଛି, ସେଥିପାଇଁ ସେ ଏହା କରୁଛନ୍ତି।
ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଲୋକମାନେ ମୋଦିଙ୍କ ଅହଂକାର ଦେଖୁଛନ୍ତି, ସୋମବାର ପାର୍ଲାମେଣ୍ଟରେ କ’ଣ ଘଟିଛି ଲୋକମାନେ ଦେଖିଛନ୍ତି। ଆମେ ମଧ୍ୟ ବଙ୍ଗାଲରେ ଯୁଦ୍ଧ କରୁଛୁ। ଆଗାମୀ ଦିନରେ ଭାରତରେ ମିଳିତ ମଞ୍ଚରେ କ’ଣ ଘଟିବ ତାହା ହାଇ କମାଣ୍ଡ ସ୍ଥିର କରିବେ।

ସୂଚନାଯୋଗ୍ୟ, ଅନୁପଯୁକ୍ତ ଆଚରଣ ତଥା ବେଞ୍ଚର ନିର୍ଦ୍ଦେଶକୁ ଅବମାନନା କରି ସୋମବାର ପାର୍ଲାମେଣ୍ଟରେ ମୋଟ ୭୮ ଏମପିଙ୍କୁ ନିଲମ୍ବିତ କରାଯାଇଛି। ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ରାଜ୍ୟ ସଭାରେ ୯୫ ଜଣ ଏମପି ଅଛନ୍ତି, ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କୁ ସୋମବାର ନିଲମ୍ବିତ କରାଯାଇଛି। ଅନ୍ୟ ଏକ ସହଯୋଗୀ ଏମପି ତଥା ଏଏପି ନେତା ସଞ୍ଜୟ ସିଂ ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ବାର୍‌ ପଛରେ ଅଛନ୍ତି ଏବଂ ତାଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି।
ଅନ୍ୟପକ୍ଷରେ, ଲୋକ ସଭାରେ ବିରୋଧୀ ଦଳର ମୋଟ ୧୩୩ ଏମପି ଅଛନ୍ତି, ସେଥିମଧ୍ୟରୁ ୪୬ ଅର୍ଥାତ୍‌ ପ୍ରାୟ ଏକ ତୃତୀୟାଂଶ ନିଲମ୍ବିତ ହୋଇଛନ୍ତି। ଲୋକ ସଭାର ମୋଟ ୪୬ ନିଲମ୍ବିତ ଏମପିଙ୍କ ମଧ୍ୟରୁ ୩୩ ଜଣ ଏମପିଙ୍କୁ ସୋମବାର ନିଲମ୍ବିତ କରାଯାଇଥିବାବେଳେ ୧୩ ଜଣଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି।

Share