ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ ପାଳିତ…

ହାଇଦ୍ରାବାଦ,୩।୮ : ହାଇଦ୍ରାବାଦରେ ଗୁରୁବାର ମଧ୍ୟାହ୍ନ ୧୨ଟା ୨୩ରେ ଶୂନ ଛାୟା ଦିବସ (ଜିରୋ ଶ୍ୟାଡୋ ଡେ) ପାଳିତ ହୋଇଛି। ଏହି ସମୟ ଏକ ବିରଳ ଘଟଣାର ସାକ୍ଷୀ ହୋଇଛି।
ସହର ଏହା ପୂର୍ବରୁ ମେ ୯ ରେ ପ୍ରାୟ ୧୨ ଟା ସମୟରେ ଏଭଳି ଘଟଣାର ସାକ୍ଷୀ ହୋଇଥିଲା।

ସହରର ର୍ବିଲା ପ୍ଲାନେଟୋରିୟମ ଏହି ଘଟଣାକୁ ପ୍ରଦର୍ଶନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। କର୍ନାଟକର ବେଙ୍ଗାଲୁରୁ ଚଳିତ ବର୍ଷ ଏପ୍ରିଲରେ ଏହି ଘଟଣାର ସାକ୍ଷୀ ହେବାର ସୁଯୋଗ ପାଇଥିଲା।

ଶୂନ ଛାୟା ଦିବସ ବର୍ଷକୁ ଦୁଇଥର ଘଟେ ଏବଂ ଏହି ଘଟଣାରେ ସୂର୍ଯ୍ୟ ସିଧାସଳଖ ମୁଣ୍ଡଉପରେ ରହିବା ପରେି ପୃଥିବୀ ପୃଷ୍ଠରେ କୌଣସି ବସ୍ତୁର ଛାୟା ସୃଷ୍ଟି ହୋଇ ନ ଥାଏ। ଏହାର ଅର୍ଥ ହେଉଛି ସୂର୍ଯ୍ୟ ଆକାଶରେ ଏହାର ସର୍ବୋଚ୍ଚ ବିନ୍ଦୁରେ ପହଞ୍ଚିଥାଏ ଯାହା ଫଳରେ ଛାୟାର ଲମ୍ବ ହ୍ରାସ ପାଇ ଆଉ ଦେଖାଯାଇ ନ ଥାଏ।

Share