ଅଭିନେତ୍ରୀ ସୋନମ କପୁର ୨୦୧୮ରେ ଶିଳ୍ପପତି ଆନନ୍ଦ ଅହୁଜାଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରେମ କାହାଣୀ ବେଶ୍ ରୋମାଞ୍ଚକର। ଆନନ୍ଦ ତାଙ୍କ ସାଙ୍ଗପାଇଁ ସୋନମଙ୍କୁ ବାଛିଥିବା ବେଳେ ଏକଦା ସାଙ୍ଗଙ୍କ ମନ କଥା କହିବାକୁ ସେ ତାଙ୍କ ସହ ଡେଟ୍ରେ ଯାଇଥିଲେ। ମାତ୍ର ସେଠାରେ ସୋନମ ତାଙ୍କ ସାଙ୍ଗ ବଦଳରେ ଆନନ୍ଦଙ୍କୁ ଭଲ ପାଇ ବସିଥିଲେ। ବିବାହର ୧୪ ମାସ ପରେ ଏକ ସାକ୍ଷାତକାରରେ ସୋନମ ତାଙ୍କ ସଫଳ ପ୍ରେମ କାହାଣୀ ବିଷୟରେ କହିଥିଲେ…
ଆନନ୍ଦଙ୍କ ପ୍ରଥମ ମେସେଜ ରାତି ପ୍ରାୟ ୨ଟା. ୩୦ ମିନିଟ୍ ସମୟରେ ସୋନମଙ୍କ ନିକଟକୁ ଆସିଥିଲା। ସୋନମ କହିଥିଲେ, ‘ମୁଁ ପ୍ରଥମେ ଆନନ୍ଦଙ୍କ ଫ୍ରେଣ୍ଡ ରିକୁଏଷ୍ଟ ପାଇଥିଲି। ଯେଉଁଥିରେ ଲେଖାଥିଲା ଯେ ତୁମେ ଏପର୍ଯ୍ୟନ୍ତ ଅବିବାହିତ କି? କାରଣ ଅନ୍ୟ କେହି ଅଛନ୍ତି ଯିଏ ଅବିବାହିତ । ଏହା ଉପରେ ମୁଁ ତାଙ୍କୁ ଉତ୍ତର ଦେଲି ଯେ, ତୁମେ ରାତିରେ ମେସେଜ ଦେବା ଉଚିତ ନୁହେଁ। ଏହିପରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ପରେ ଫୋନରେ କଥାବାର୍ତ୍ତା ଲାଗି ରହିଥିଲା । ଦୁଇ ସପ୍ତାହ ପରେ, ଯେତେବେଳେ ମୁଁ ତାଙ୍କୁ ଦିନେ ପଚାରିଲି ତୁମେ ତୁମର ବନ୍ଧୁଙ୍କ ସହ କଥାବାର୍ତ୍ତା କରାଇବାକୁ ଚାହୁଁଛ କି, ଆନନ୍ଦ କହିଲା ନା ଆଦୌ ନୁହେଁ।