Categories: ଖେଳ

୮୬ ବର୍ଷ ବୟସରେ ୪ ସ୍ବର୍ଣ୍ଣ ପଦକ ଜିତିଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ,୧୭ା୧୧: ଭାରତର ୮୬ ବର୍ଷୀୟ କେ. ସୁବ୍ରମଣ୍ୟମ ଫିଲିପାଇନ୍ସରେ ଅନୁଷ୍ଠିତ ଏସିଆନ ମାଷ୍ଟର୍ସ ଆଥ୍‌ଲେଟିକ୍ସ ମିଟ୍‌ରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୁବୁ ନାମରେ ପରିଚିତ ସୁବ୍ରମଣ୍ୟମ ୮୫ ବର୍ଷରୁ ଊର୍ଦ୍ଧ୍ୱ କାଟେଗୋରିରେ ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ହାଇଜମ୍ପ ଓ ଜାଭେଲିନ୍‌ ଥ୍ରୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ତାମିଲନାଡୁର ପୋଲାଚି ନାମକ ଏକ ଛୋଟ ସହରରେ ଜନ୍ମ ଗ୍ରହଣ କରିଥିବା ସୁବୁଙ୍କ ବାଲ୍ୟକାଳରୁ କ୍ରୀଡ଼ା ପ୍ରତି ଆଗ୍ରହ ରହି ଆସିଛି। ୮୦ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ଏବେ ବି ସେ ଆଥ୍‌ଲେଟିକ୍ସକୁ ଗୁରୁତ୍ୱ ଦେଉଛନ୍ତି।

ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଉଦ୍ୟାନିଧି ଷ୍ଟାଲିନ୍‌ ସୋସିଆଲ ମିଡିଆରେ ତାଙ୍କର ଏକ ପୋଷ୍ଟରେ ସୁବୁଙ୍କ ଉପଲବ୍ଧିକୁ ସ୍ବୀକୃତି ଦେଇଛନ୍ତି। ତାଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ ତରଫରୁ ଖୁବ୍‌ ଶୀଘ୍ର ସମ୍ବର୍ଦ୍ଧିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share