ଅନୁଭବଙ୍କ ଘରେ ରହିବେ ବର୍ଷା

କଟକ ଅଫିସ,୨୧।୬: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ପାରିବାରିକ ବିବାଦ ନୂଆ ମୋଡ଼ ନେଇଛି। ଏଣିକି ଅନୁଭବଙ୍କ ଘରେ ରହିବେ ବର୍ଷା । ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି। । ଏସ୍‌ଡିଜେମ୍‌ଙ୍କ ନିର୍ଦ୍ଦେଶ ଉପରେ କଟକ ଜିଲା ଜଜ୍‌ ଅନ୍ତରୀଣ ରୋକ୍‌ ଲଗାଇଛନ୍ତି।
ଏସ୍‌ଡିଜେମ୍‌ କୋର୍ଟ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଘରଭଡ଼ା ବାବଦରେ ଅନୁଭବଙ୍କୁ ମାସିକ ୩୦ ହଜାର ଦେବାକୁ ନିର୍ଦ୍ଦେଶ ଥିଲା । ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି ।

Share