ପ୍ରଥମ ଦେଖାରେ ସାୟାରାଙ୍କୁ ଭଲ ପାଇ ବସିଥିଲେ ଏ.ଆର୍‌.ରହମାନ୍‌…

ମୁମ୍ବାଇ,୬।୧: ସଙ୍ଗୀତକାର ଏ.ଆର୍‌.ରହମାନ୍‌ଙ୍କୁ ବୁଧବାର ୫୩ ବର୍ଷ ପୂରଣ ହୋଇଛି। ସେ ୫୪ରେ ପାଦ ଦେଇଛନ୍ତି। ୧୯୬୭ ଜାନୁୟାରୀ ୬ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଏ.ଏସ୍‌. ଦିଲ୍ଲୀପ୍‌ କୁମାର ମୁଦଲିଆର ଥିଲା। ତାଙ୍କ ଭଉଣୀ ୧୯୮୬ରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଏହି ସମୟରେ ତାଙ୍କର ସାକ୍ଷାତ୍‌ ଜଣେ ସୁଫି ସନ୍ଥଙ୍କ ସହିତ ହୋଇଥିଲା। ଏହାପରେ ସେ ୧୯୮୯ରେ ୨୩ ବର୍ଷ ବୟସରେ ଇସଲାମ୍‌ ଧର୍ମରେ ଦୀକ୍ଷିତ ହୋଇଥିଲେ। ଜୀବନରେ ଅସଫଳ ହେଉଥିବାରୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସେ ପ୍ରତିଦିନ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ଏହାପରେ ସେ ସାୟାରା ବାନୋଙ୍କୁ ବିବାହ କରିଥିଲେ। ସାୟାରାଙ୍କ ସହିତ ପ୍ରଥମ ଦେଖାରେ ସେ କହିଥିଲେ ଯେ, ମତେ ହଠାତ୍‌ ସଙ୍ଗୀତ ସ୍ବର ମନେ ପଡ଼ିଲେ ମତେ ଖାଇବା ଥାଳିରୁ ମଧ୍ୟ ଉଠିବାକୁ ପଡ଼ିବ, ତୁମେ ଏଥିରେ ରାଜି ତ? ଏଥିରେ ସାୟାରା ନିଜର ସମ୍ମତି ପ୍ରକାଶ କରିଥିଲେ। ଏବେ ସେ ନିଜର ୩ ସନ୍ତାନ ଖଦିଜା, ରହିମ୍‌ ଏବଂ ଅମନ୍‌ଙ୍କ ସହିତ ବେଶ୍‌ ଆନନ୍ଦିତ ରହିଥିବା କୁହନ୍ତି। ରୋଜା ଫିଲ୍ମରେ ରହମାନ୍‌ଙ୍କ ସଙ୍ଗୀତର ଯାଦୁ ଲୋକଙ୍କୁ ପାଗଳ କରିଥିଲା। ଏହାପରେ ସେ ଅନେକ ଫିଲ୍ମରେ ନିଜର ପ୍ରତିଭା ଦେଖାଇଛନ୍ତି।

Share