ପ୍ରଥମ ଦେଖାରେ ଟ୍ବିଙ୍କିଲ୍‌ଙ୍କୁ ପସନ୍ଦ କରିଥିଲେ ଅକ୍ଷୟ

ମୁମ୍ବାଇ,୨୯।୧୨: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ୍‌ ଖାନ୍ନା ମଙ୍ଗଳବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୩ ଡିସେମ୍ବର ୨୯ରେ ସେ ମୁମ୍ବାଇର ଜଶଲୋକ୍‌ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ବରଶାତ୍‌ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଜୁଲ୍ମୀ, ବାଦଶାହ, ଇଣ୍ଟରନ୍ୟାସନାଲ୍‌ ଖିଲାଡ଼ି ଆଦି କିଛି ଫିଲ୍ମରେ ଟ୍ବିଙ୍କିଲ୍‌ ଅଭିନୟ କରି ମଧ୍ୟ ସଫଳତା ସାଉଁଟି ପାରି ନ ଥିଲେ। ତାଙ୍କର ମେଲା ଫିଲ୍ମ ବକ୍ସ୍‌ ଅଫିସ୍‌ରେ ଫ୍ଲପ୍‌ ହେବା ପରେ ସେ ବାଧ୍ୟ ହୋଇ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ। ତେବେ ଦୁହିଁଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ୍‌ ଏକ ଫିଲ୍ମଫେୟାର ଉତ୍ସବରେ ହୋଇଥିଲା। ପ୍ରଥମ ଦେଖାରେ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ଢ଼େର୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା।

Share