ପ୍ରଥମେ ନିକ୍‌ଙ୍କ ପ୍ରତି ଧ୍ୟାନ ଦେଉ ନଥିଲେ ପ୍ରିୟଙ୍କା, ଏହି କାରଣ ପାଇଁ ପରେ ପଡ଼ିଗଲେ ପ୍ରେମରେ

ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କୌଣସି ନା କୌଣସି କାରଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ସାକ୍ଷାତକାର କ୍ଲିପ ବହୁତ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ନିଜ ସହ ଜଡିତ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଏଥି ସହିତ ସେ ନିକଙ୍କ ସହ ଥିବା ସମ୍ପର୍କକୁ ମଧ୍ୟ ଖୁଲାସା କରିଛନ୍ତି। ଆରମ୍ଭରେ ନିକଙ୍କ ବିଷୟରେ ସେ କ’ଣ ଭାବୁଥିଲେ ପ୍ରିୟଙ୍କା କହିଛନ୍ତି। ସେ ପ୍ରଥମେ ବହିର କଭର ଭଳି ନିକଙ୍କୁ ବୁଝିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭରେ, ସେ ନିକଙ୍କୁ ନେଇ ଚିନ୍ତିତ ନଥିଲେ ।

ପ୍ରିୟଙ୍କା କହିଛନ୍ତି ଯେ, ମୁଁ ପୁସ୍ତକକୁ କଭରରୁ ପରୀକ୍ଷା କରିବାକୁ ଚେଷ୍ଟା କଲି, କିନ୍ତୁ ସତ କହିବାକୁ ଗଲେ ମୁଁ ନିକ୍‌ଙ୍କ ପ୍ରତି ଧ୍ୟାନ ଦେଇ ନ ଥିଲି। ସେ ଯେତେବେଳେ ସେ ମୋ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ, ସେତେବେଳେ ମୋର ବୟସ ୩୫ ଥିଲା,। ସେହି ସମୟରେ ନିକଙ୍କୁ ୨୦ ବର୍ଷ ହୋଇଥିଲା। ସେ ମୋଠାରୁ ସାନ ଥିଲେ। ’

ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ଏହି ସମସ୍ତ କାରଣ ପାଇଁ ମୁଁ ପ୍ରଥମେ ତାଙ୍କ କଥାକୁ ଗମ୍ଭୀରତାର ସହ ନେଇ ନଥିଲି, କିନ୍ତୁ ଏହା ପରେ ମୁଁ ନିକଙ୍କ ସହ କିଛି ସମୟ ବିତାଇଥିଲି। ଜାଣି ଆଶ୍ଚର୍ଯ୍ୟ ହୋଇଥିଲି ଯେ, ସେ ଜଣେ ଆତ୍ମବିଶ୍ୱାସୀ, ସମ୍ବେଦନଶୀଳ ବ୍ୟକ୍ତି ଏବଂ ମୋର ସଫଳତା ଉଚ୍ଚାଭିଳାଷକୁ ନେଇ ତାଙ୍କର ସ୍ବପ୍ନ। ସାକ୍ଷାତକାରର ଏକ କ୍ଲିପ ଦେଖିବାକୁ ମିଳିଥିବା ବେଳେ ପୁରା ସାକ୍ଷାତକାରକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Share